ବେତନଟୀ : ସାରା ଦେଶ ୭୮ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ପ୍ରତି ବର୍ଷ ଭଳି ବେତନଟୀ ଏମପିସି ହାଇସ୍କୁଲ ପଡିଆରେ ଚଳିତ ୨୦୨୪ବର୍ଷରେ ମଧ୍ୟ ବ୍ଳକସ୍ତରୀୟ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଜାତୀୟଦିବସ ପାଳନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସର ଆୟୋଜକ ଜାତୀୟଦିବସ ପାଳନ କମିଟିର ସଭାପତି ଜୟନ୍ତ ପଟ୍ଟନାୟକ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ବେତନଟୀ ବ୍ଳକ ଉନ୍ନୟନ ଅଧିକାରୀ ଗୋପିନାଥ ଖାଖା, ପାଳନୀୟ କମିଟି କୋଷାଧ୍ୟକ୍ଷ ଉଦିତ ପରିଡା, ବ୍ଳକ ହିସାବ ନିରୀକ୍ଷକ ଶାନ୍ତନୁ ବିଶ୍ଵାଳ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ବାଧୀନତା ଦିବସକୁ ସଫଳତାର ସହିତ ସମ୍ପାଦନ କରାଯିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ଦିବସକୁ ଶାନ୍ତି ଶୃଙ୍ଗଳାର ସହିତ ପାଳନ କରିବା ନିମନ୍ତେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କର ସହଯୋଗ ଲୋଡିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟତ୍ରୀ , ପଦ୍ମମାଳୀ ମହିଳା ସଂଗଠନ , ବନ ବିଭାଗ ଅଧିକାରୀ , ବେତନଟୀ ବ୍ଲକ ର ସମସ୍ତ ସାମ୍ବାଦିକ ବନ୍ଧୁ , ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା , ସିଡିପିଓ ଏବଂ ଅନ୍ୟ ଅଧିକାରୀଗଣ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।