ବେତନଟୀ : ବହୁ ମୁହୂର୍ତ୍ତରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ଅଛି । ବରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟତଃ ବସ ବା ଟ୍ରେନରେ ଯାତାୟତ କରିବା ସମୟରେ , ବ୍ୟାଙ୍କ ମାନଙ୍କରେ , ଡାକ୍ତରଖାନା ମାନଙ୍କରେ ଅନେକ ସମୟରେ ଅଣଦେଖା କରାଯାଇଥାଏ l ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ନାଗରିକତ୍ବ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପୁଲିସ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରମାଣ ପତ୍ର ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ବୈଶିଙ୍ଗା ଥାନାର ଅଭ୍ୟର୍ଥନା କକ୍ଷରେ ଗୁରୁବାର ପୂର୍ବାହ୍ନ ସମୟରେ ଥାନାଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ଅଞ୍ଚଳର ୨୨ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରମାଣପତ୍ର ମିଳିଥିବା ଜଣାଯାଇଛି ।ଏହା ସହ ବର୍ତ୍ତମାନ ସୁଦ୍ଧା ଥାନାଧିକାରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦୁଇଟି ପର୍ଯ୍ୟାୟରେ ମୋଟ ୯୧ଜଣଙ୍କୁ ପରିଚୟ ପତ୍ର ମିଳିଛି । ଏଥିପାଇଁ ବୈଶିଙ୍ଗା ଅଞ୍ଚଳର ରାଜନେତା, ବ୍ୟବସାୟୀ, ଶିକ୍ଷାବିତ, ଅବସରପ୍ରାପ୍ତ କର୍ମଚାରୀ, କୃଷକ, ସାମ୍ବାଦିକ ମାନେ ଥାନାଧିକାରୀଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ । ବୈଶିଙ୍ଗା ଥାନାର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ଏହି ବରିଷ୍ଠ ନାଗରିକ ମାନଙ୍କୁ ଯୋଗାଯୋଗ କରି ପରିଚୟ ପତ୍ର ପ୍ରଦାନ କରିବାରେ ସାମ୍ବାଦିକ ସୀତାନାଥ ବେହେରା ପ୍ରମୁଖ ଭାବେ ସହଯୋଗ କରିଥିଲେ।