Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର କ୍ଷୀରପଦା ଛକ ନିକଟରେ ରବିବାର ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ବଡ଼କ୍ଷୀରପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୫୨) l ସୂଚନା ଅନୁଯାଇ ରବିବାର ସନ୍ଧ୍ୟାରେ ସାଇକେଲ ଯୋଗେ ନିଜ ଘରକୁ ଯିବାପାଇଁ ରାସ୍ତା ପାର କରୁଥିବାବେଳେ ପଛ ପଟରୁ ଆସୁଥିବା ଓଡି-o୧ଏକ୍ସ-୯୧୩୮ ନଂ ବିଶିଷ୍ଟ ଏକ ଦ୍ରୁତଗାମୀ ଗ୍ଲାମର ମୋଟରସାଇକେଲ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ପୂର୍ଣଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବାବେଳେ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତରଖାନାକୁ ନେଇଯାଇଥିଲେ l ସେଠାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା l ଏନେଇ ଆଜି ମୃତକଙ୍କ ପୁଅ ରାମଚନ୍ଦ୍ରର ଅଭିଯୋଗ କ୍ରମେ ବୈଶିଙ୍ଗା ପୁଲିସ ଶବ ବ୍ୟବଛେଦ କରାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply