ଗୋପ : ମଙ୍ଗଳବାର ଦିନ ସନ୍ଦ୍ୟାରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି।ଖବରରୁ ପ୍ରକାଶ ଗୋପ କୋଣାର୍କ ରାସ୍ତାର ପଟେଳିଆ ଛକ ନିକଟରେ ଆଜି ସନ୍ଦ୍ୟାରେ ବଳଙ୍ଗା ଥାନା ରୂପଦେଇପୁର ଗାଁର ଶିବ ପ୍ରସାଦ ଦୀକ୍ଷିତ ନିଜ ବାଇକିରେ ନ-ଓଡି-୧୩ଏ-୬୩୨୬ ଗାଡ଼ିରେ କୋଣାର୍କରୁ ନିଜ ଘରକୁ ଆସୁଥିବା ବେଳେ ପଟେଲିଆ ଛକ ନିକଟରେ ଏକ ଅଜଣା ଗାଡି ସମ୍ମୁଖରୁ ଧକ୍କାଦେଇ ଦୃତ ଗତିରେ କୋଣାର୍କ ଅଭିମୁଖେ ଚମ୍ପଟ ମାରିଥିଲା।ତେବେ ଆହତ ବ୍ୟକ୍ତି ଜଣଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିବା ଦେଖି ବାଟୋଇ ମାନେ ଗୋପ ପୋଲିସିକୁ ଖବର ଦେଇଥିଲେ ମଧ୍ୟ ପୋଲିସ ଆସିନଥିବା ବେଳେ ଗୋପ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତୁରନ୍ତ ଆହତ ଶିବ ପ୍ରସାଦଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ।ତେବେ ଡାକ୍ତର ମୃତ ଘୋଷଣା କରିଥିଲେ।ଯାହାକୁ ନେଇ ଗୋପ ଡାକ୍ତରଖାନାରେ କିଛି ସମୟ ଉତେଜନା ଲାଗିରହିଥିଲା।ବିଳମ୍ବରେ ଗୋପ ପୋଲିସ ଦୃଘଟଣା ସ୍ଥଳରେ ପହଞ୍ଚି ବାଇକ ଉଦ୍ଧାର କରି ଆଣିଥିବା ବେଳେ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।ଖବର ପାଇ ମୃତକଙ୍କ ପରିବାର ଲୋକେ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି। ମୃତ ଶିବ ପ୍ରସାଦ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଚାକିରୀ କରୁଥିବା ପରିବାର ଲୋକେ କହିଛନ୍ତି।