ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ହାତୀଝୁରୀ ଗ୍ରାମରେ ଆୟୋଜିତ ହୋଇଯାଇଥିବା ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଲେ ବଡ଼ସାହି ବିଧାୟକ ସନାତନ ବିଜୁଳି। ଭାରତବର୍ଷ ର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସାଧାରଣ ଜନତାଙ୍କ ନିକଟରେ ଏହି କାର୍ଯ୍ୟକ୍ରମ ଗୁଡ଼ିକର ସଫଳତାର ବାର୍ତ୍ତା ପହଞ୍ଚାଇବା ଏହି ଅଭିଯାନର ଲକ୍ଷ ଥିବା ପ୍ରକାଶ କରିଥିଲେ ବିଧାୟକ। ତେବେ ବହୁ ସଂଖ୍ୟାରେ ମହିଳା ସଂଗଠନର ସଭ୍ୟଙ୍କ ସହ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ରେ ନିୟୋଜିତ ହୋଇଥିବା ସୁସଜ୍ଜିତ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ଏକ ବୃହତ୍ ଆକାରର ଟିଭି ପରଦାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯକାରୀ କରାଯାଉଥିବା କୃଷିଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମ ସମେତ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ , ମହିଳା ସଶକ୍ତିକରଣ , ପର୍ଯ୍ୟାବରଣ, ଜମିର ବିକାଶ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।ସାଧାରଣ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରତି ଅହେତୁକ ଅନୁକମ୍ପା ଥିବାର ଦେଖିବାକୁ ମିଳିଥିଲା।
