Odisha news

କାର ଧକ୍କାରେ ସ୍କୁଟି ଆରୋହୀ ଗୁରୁତର ଭାବେ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ  ଉପରେ ଜରକା ଛକ ଠୁ ଅନତି ଦୂରରେ ଏକ  ସ୍କୁଟି କୁ ଦୃତଗାମୀ କାର ଧକ୍କା ଦେବା ଯୋଗୁଁ ସ୍କୁଟି ଆରୋହୀ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି । ଘଟଣାରୁ ପ୍ରକାଶ ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ବୈଶିଙ୍ଗା ଥାନା ଅଧୀନ ସନ୍ତରା ଗ୍ରାମର ସନାତନ ବେହେରାଙ୍କ ପୁତ୍ର କାର୍ତ୍ତିକ ବେହେରା (୨୭) ନିଜ ସ୍କୁଟି (ଓଡି-୧୧ଏବି-୮୨୨୧) ଯୋଗେ ବୈଶିଙ୍ଗା ବଜାର କୁ ଆସୁଥିବା ବେଳେ ପଛ ପଟୁ  ଦୃତ ଗତିରେ ଆସୁଥିବା ଏକ କାର (ଓଆର-୦୭ୟୁ-୧୧୫୫)  ଧକ୍କା ଦେଇଥିଲା। ସ୍କୁଟି ଆରୋହୀ କାର୍ତ୍ତିକ ଦୁର୍ଘଟଣାରେ ଗୁରୁତର ହେବା ଯୋଗୁଁ ସ୍ଥାନୀୟ ସମାଜ ସେବୀ ଲକ୍ଷ୍ମୀଧର ଦଣ୍ଡପାଟ ଏବଂ ଅନ୍ୟ ମାନେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
Leave A Reply