Odisha news

ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ : ୧୦ରୁ ଅଧିକ ଆହତ ହୋଇଥିବା ବେଳେ ଅଳ୍ପକେ  ବର୍ତ୍ତିଲେ ଏକାଧିକ ଯାତ୍ରୀ 

0
ବେତନଟୀ : ବେତନଟୀ ଥାନା ଅଧୀନ ରାଗ୍ଧା ଛକ ନିକଟରେ   ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ, ୧୦ରୁ ଅଧିକ ଆହତ ହୋଇଥିବା ବେଳେ ଅଳ୍ପକେ  ବର୍ତ୍ତିଲେ ଏକାଧିକ ଯାତ୍ରୀ । ବେତନଟୀ ଥାନା ଅଧୀନ କେସିପୁର ନିକଟସ୍ଥ ରାଗ୍ଧା ଛକ ନିକଟରେ ଏହି ଦୁର୍ଘଟଣା ପାଖାପାଖି ସାଢେ ଏଗାରଟା ସମୟରେ ଘଟିଛି । ଶ୍ରୀ ଜଗନ୍ନାଥ ନାମକ ଘରୋଇ ଯାତ୍ରାବାହୀ ବସଟି ଜଳେଶ୍ୱରରୁ ଦାନ୍ତିମୁହାଁ ଦେଇ ବାରିପଦା ଯାଉଥିଲା । ବସରେ ପାଖାପାଖି ୩୦ ଜଣରୁ ଅଧିକ ଯାତ୍ରୀ ଥିଲେ । ଖବର ପାଇ ବେତନଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣା ଗ୍ରସ୍ତ ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ କେସିପୁର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାଯାଇଛି  ।   ଡ୍ରାଇଭର କହିବା ମୁତାବକ ବସର ସ୍ଟେରିଂ ହଟାତ ଜାମ ହୋଇଯିବାରୁ ବସ ଗୋଟିଏ ପଟକୁ ମୋଡ଼ିଯାଇ ରାସ୍ତା ତଳକୁ ଖସିଯାଇଥିଲା ।
Nalco
Leave A Reply