Odisha news

ମୟୂରଭଞ୍ଜରୁ ଭାଜପାକୁ ମୂଳପୋଛ କରିଦେବା ଲକ୍ଷରେ ବିଜେଡି

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ଏବଂ ନଅ ଗୋଟି ବିଧାନସଭା ଆସନରେ ବିଜୁ ଜନତା ଦଳ ପକ୍ଷରୁ  ସଙ୍ଗଠନକୁ ଏପରି ମଜବୁତ୍ କରି ଦିଆଗଲାଣି ଯେ ଆଗାମୀ ସାଧାରଣ ନିର୍ବାଚନରେ କେହି ବି ଦଳ ମୁଣ୍ଡ ଟେକି ପାରିବେନି। ଦୁଇଟି ବିଧାନସଭା କ୍ଷେତ୍ର ଯଥା ପ୍ରଥମଟି କରଞ୍ଜିଆ ଆସନ କେନ୍ଦୁଝର ସହିତ ଏବଂ ଦ୍ୱିତୀୟଟି ବଡ଼ସାହି ବିଧାନ କ୍ଷେତ୍ର ବାଲେଶ୍ଵର ସହିତ ଜଡିତ ଅଛି। ଗତ ସାଧାରଣ ନିର୍ବାଚନରେ ଗଣେଶ୍ଵର ପାତ୍ରଙ୍କୁ ଟିକେଟ ନ ମିଳିବା ତଥା ବହୁ ଆଶାୟୀ ନିରାଶ ହେବାଯୋଗୁଁ ବିଜେଡି ଏହି ଆସନ ଟିକୁ ବିଜେପି ହାତକୁ ଟେକିଦେଇଥିଲା।

ଶ୍ରୀ ପାତ୍ରଙ୍କୁ ଟିକେଟ ନ ଦିଆଯିବା ପଛରେ ମୂଖ୍ୟ କାରଣ ଥିଲା ତାଙ୍କ ସମୟରେ ସଙ୍ଗଠନ ଏତେ ବିତସ୍ପୃହ ଥିଲା ଯେ ଭୋଟର କିଛି ନ ବୁଝୀ ୫ ଗୋଟି ଜିଲ୍ଲାପରିଷଦ କ୍ଷେତ୍ରରେ ବିଜେପି କୁ ଭୋଗ ଦେଇ ଜିତାଇଥିଲେ।ସେହି ପଦାଙ୍କ ଅନୁସରଣ କରି ସନାତନ ବିଜୁଳି ବିଧାୟକ ହୋଇ ଯାଇଥିଲେ। ମାତ୍ର ନବାଗତ ଭାବେ ଯଦି ଯୁବ ସଙ୍ଗଠକ ଜଗନ୍ନାଥ ମଲ୍ଲିକଙ୍କୁ ଟିକେଟ ମିଳିଥାନ୍ତା ତେବେ ବିଜେଡି ଏହି ଆସନ ଅକ୍ତିଆର କରିପାରିଥାଆନ୍ତା ବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଇଥିଲା। ତେବେ ପରବର୍ତ୍ତୀ ସମୟରେ ଚକ୍ର ଏମିତି ବୁଲିଲା ତଥା ଶ୍ରୀ ବିଜୁଳି ବିଜେପି ସଙ୍ଗଠନ କୁ ଏପରି ଦୁର୍ବଳ କରିଦେଲେ ଯାହା ପାଇଁ କି ସେହି ପାଞ୍ଚଟି ଜିଲ୍ଲା ପରିଷଦ ଆସନ ବିଜେଡିକୁ ଫେରିଆସିବା ସହିତ ବିଜେପି  ପୁରା ମୟୂରଭଞ୍ଜ ଜିଲ୍ଲାରୁ ମୂଳପୋଛ ହୋଇଗଲା।

ଏଥିପାଇଁ ବିଜେଡି ର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବିଭାଇ)ଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା । ସେହି ଧାରା ଏବେ ମଧ୍ୟ ବଜାୟ ରହିଥିବାର ଦେଖିବାକୁ ମିଳିଛି। ଏଥି ସହିତ ବର୍ତ୍ତମାନ ୫ଟି ସଚିବ ଭି.କେ.ପାଣ୍ଡିଆନ ଯେଉଁଭଳି ଭାବେ ପ୍ରତି ଜିଲ୍ଲା ପ୍ରତି ବିଧାନ କ୍ଷେତ୍ର ପରିଦର୍ଶନ କରିବା ସହିତ ଅଭାବ ଅସୁବିଧା ଦୂର କରି ଚାଲିଛନ୍ତି ସେଥିପାଇଁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ଅଭ୍ୟୁଦୟ ଘଟିବା ର ଆଶା କରାଯାଉଛି। ବଡସାହି ବିଧାନ କ୍ଷେତ୍ରକୁ ଅନୁଧ୍ୟାନ କରାଗଲେ ଯାହା ଜଣାଯାଏ ଆଗରୁ ସଚିବ ଗସ୍ତ କରି ଯାହା ଅନୁଦାନ ପ୍ରଦାନ କରିଥିଲେ ,ଆଗାମୀ ଦିନରେ ମଧ୍ୟ ୫ଟି ସଚିବ ଏହି ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାର ଜଣାଯାଇଛି। ମାତ୍ର ଗୋଟିଏ କଥା ୨୩ ବର୍ଷ ନିରଙ୍କୁଶ ଶାସନ କ୍ଷମତା ରେ ରହିବା ଯୋଗୁଁ ବିଜେଡି ପ୍ରତି ଆକୃଷ୍ଟ ହୋଇ ଡଜନେ ରୁ ଅଧିକ ଆଶାୟୀ ଟିକଟ ଲବିରେ ରହି ଛନ୍ତି , ଦଳ ସଭାପତି ଯଦି ଉପଯୁକ୍ତ ପ୍ରାର୍ଥୀ ଚୟନ ନ କରନ୍ତି ତେବେ ବଡସାହି ଆସନ ପୁଣି ବିଜେପି ହାତେଇ ନେବାର ସମ୍ଭାବନା ଅଧିକ ରହିଛି। ଏଥି ସହିତ ଜିଲ୍ଲାରେ କଂଗ୍ରେସ ସଂଗଠନ ପୁରା କୋମାରେ ଥିବାରୁ ବିଜେଡି ପାଇଁ ଆଶୀର୍ବାଦ ହେବ ବୋଲି ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି।

Nalco
Leave A Reply