ବେତନଟୀ/ବୈଶିଙ୍ଗା ; -ବୈଶିଙ୍ଗା ଥାନା ପରିସରରେ ଆଜି ଶୁକ୍ରବାର ଅପରାହ୍ନରେ ଉପସ୍ଥିତ ସଦସ୍ୟ ମାନଙ୍କୁ ନେଇ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବଇନ୍ସପେକ୍ଟର ଅନିତା ସ୍ଵାଇଁ,ସବଇନ୍ସପେକ୍ଟର ସୁମନ୍ତ ସେଠୀ ବୈଠକ ପରିଚାଳନରେ ସହଯୋଗ କରିଥିଲେ । ଏହି ବୈଠକରେ ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ପଞ୍ଚାୟତରୁ ସଦସ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ମନୋଜ କୁମାର ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସୁନ୍ଦର ଓ ମୋହନ ସିଂ, ବୃନ୍ଦାବନ ଦାସ, ସଞ୍ଜୟ କୁମାର ରାଉତ , ଗୌତମ ସାହୁ , ଜଗନ୍ନାଥ ସିଂ, ନରହରି ସ୍ଵାଇଁ, ବୈଶିଙ୍ଗା ମିଡ଼ିଆ ସେଣ୍ଟରର ସଞ୍ଜୟ କୁମାର ମିଶ୍ର, ସୀତାନାଥ ବେହେରା ଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ନୂତନ ଭାବେ ଅଁଳା ସରପଞ୍ଚ ସ୍ୱପ୍ନା ସିଂ, ବୈଶିଙ୍ଗା ସରପଞ୍ଚ ସାବିତ୍ରୀ ମୁର୍ମୁ, ଗଡଦେଉଳିଆ ସରପଞ୍ଚ ବବିତା ସିଂ, ସନ୍ତରା ସରପଞ୍ଚ ଲକ୍ଷ୍ମୀପ୍ରିୟା ହାଁସଦା , ପାଟଳୀପୁରା ସରପଞ୍ଚ ମମତା ନାୟକ, ଯୁଗୋଳ ସରପଞ୍ଚ ବିଜୟ କୁମାର ମାଝୀ,କଳମା ସରପଞ୍ଚ ଗୋପିନାଥ ସିଂ, ମହିଷାଶୋଳ ରଘୁନାଥ ସିଂ, ରଘୁପୁର ସରପଞ୍ଚ ବତୀ ସିଂ , ଚାଞ୍ଝିପଦା ସରପଞ୍ଚ ନରେନ୍ଦ୍ରନାଥ ସିଂ ଯୋଗ ଦେଇଥିବା ବେଳେ ନିଜ ନିଜ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ବିଷୟରେ ସଠିକ ପରିଚୟ ସଂଗ୍ରହ କରି ପୋଲିସକୁ ହସ୍ତାନ୍ତର କରିବା, ସୋଲାର ଲାଇଟର ବ୍ୟାଟେରୀ ଚୋରୀକୁ ରୋକିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ନାବାଳିକାଙ୍କ ମଧ୍ୟରେ ଯୌନ ଉତ୍ପୀଡନତା ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସମେତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଥାନାଧିକାରୀ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। ବୈଶିଙ୍ଗା ପୋଲିସର କାର୍ଯ୍ୟଦକ୍ଷତା ପାଇଁ ସାମ୍ବାଦିକ ସୀତାନାଥ ବେହେରା ପ୍ରଶଂସା କରିବା ସହିତ ଥାନା ଇଲାକାରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲାଗିବା ଦ୍ୱାରା ଅପରାଧୀ ମାନଙ୍କର ଗତିବିଧି କମି ଯାଇଥିବାର ପରିଲକ୍ଷିତ କରାଯାଇଛି।
