Odisha news

ନୂତନ ଭାବେ ସୃଷ୍ଟି କେନ୍ଦୁଆ ଓ ହାତୀଝୁରୀ ପଞ୍ଚାୟତର ଛଅ ବର୍ଷ ଧରି ନିଜସ୍ଵ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି

0
ବେତନଟୀ /ବୈଶିଙ୍ଗା : ପ୍ରଶାଶନର ଅହେତୁକ ବିଳମ୍ୱ ତା ପାଇଁ କେନ୍ଦୁଆ ଓ ହାତୀଝୁରୀ ପଞ୍ଚାୟତବାସୀ ନୂତନ କାର୍ଯ୍ୟାଳୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୦୧୬ ମସିହା ପଞ୍ଚାୟତ ପୂନର୍ଗଠିତ ପ୍ରକ୍ରିୟାରେ ବେତନଟି ବ୍ଳକ୍ ଅଧିନ ସନ୍ତରା ପଞ୍ଚାୟତକୁ ଭାଙ୍ଗି ହାତିଝୁରୀ ପଞ୍ଚାୟତ ଏବଂ ବୈଶିଙ୍ଗା ପଞ୍ଚାୟତକୁ ଭାଙ୍ଗି କେନ୍ଦୁଆ ପଞ୍ଚାୟତ ନୂତନ ଭାବେ ସୃଷ୍ଟି କରାଗଲା। ହାତିଝୁରୀ ପଞ୍ଚାୟତରେ ୨୦୧୭ ମସିହାରେ  ସରପଞ୍ଚ ଭାବେ ଚୁନୁମୁନି ହାଁସଦା ନିର୍ବାଚିତ ହୋଇ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଲେ ସତ ମାତ୍ର ନିଜସ୍ଵ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ନିଜର ପ୍ରଚେଷ୍ଟାରେ ଅବହେଳା ହୋଇଥିବା ଚର୍ଚ୍ଚା ହେଉଛି। ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସନାତନ ସିଂ ନବନିର୍ବାଚିତ ସରପଞ୍ଚ ଭାବେ ୬ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ନିର୍ମାଣରେ କୌଣସି ପଦକ୍ଷେପ ନେଇ ନ ଥିବା  ଆଶା କରାଯାଉଛି। ବର୍ତ୍ତମାନ ଏକ ଭଡ଼ା ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିବାରୁ ପଞ୍ଚାୟତ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରପଞ୍ଚ ସନାତନଙ୍କୁ ପଚାରିବାରୁ ସେ କହିଲେ ବିଡିଓ ଓ ତହସିଲଦାରଙ୍କୁ ଦେଖା କରି ସ୍ଥାନ ନିରୂପଣ କରିବା ସହିତ ତୁରନ୍ତ ନୂତନ ଗୃହ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।
ସେହିପରି ବୈଶିଙ୍ଗା ପଞ୍ଚାୟତକୁ ଭାଙ୍ଗି ନୂତନ ପଞ୍ଚାୟତ ଭାବେ କେନ୍ଦୁଆ ସୃଷ୍ଟି ହେବା ପରେ ସ୍ନିଗ୍ଧା ରାଣୀ ହାଁସଦା ଦାୟିତ୍ଵ ଗ୍ରହଣ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କେନ୍ଦୁଆ ପଞ୍ଚାୟତ କାର୍ଯ୍ୟାଳୟ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପୁରୁଣା ଘରେ କାର୍ଯ୍ୟକାରୀ ହେଉଥିବା ଜଣାଯାଇଛି। ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ବେତନଟୀ ବିଡିଓ ଏବଂ ତହସିଲଦାର ବାରମ୍ଵାର ପଞ୍ଚାୟତବାସୀଙ୍କ ସହିତ ଯୋଗସୂତ୍ର ରକ୍ଷାକରି ପଞ୍ଚାୟତ ପରିଧି ମଧ୍ୟରେ ଦୁଇ ତିନୋଟି ସ୍ଥାନ ନିରୂପଣ କରିଥିଲେ ମଧ୍ୟ ରାଜନୈତିକ ଆକ୍ରୋଶ ଯୋଗୁଁ କାର୍ଯ୍ୟାଳୟ ନିର୍ମାଣରେ ବାଧା ସୃଷ୍ଟି ହୋଇଥିବାର ଚର୍ଚ୍ଚା ହେଉଛି।  କେନ୍ଦୁଆ ପଞ୍ଚାୟତର ଦ୍ଵିତୀୟ ସରପଞ୍ଚ ଭାବେ ୨୦୨୨ ରେ ସ୍ନିଗ୍ଧାରାଣୀଙ୍କ ସ୍ୱାମୀ ମନମୋହନ ମାଝୀ ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିଲେ ମଧ୍ୟ ନୂତନ କାର୍ଯ୍ୟାଳୟ ନିର୍ମାଣରେ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି। ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ସେ କହିଲେ ପଞ୍ଚାୟତ ବାସୀ ଯେଉଁଠି ସ୍ଥାନ ନିରୂପଣ କରିବେ ସେହିଠାରେ ହିଁ ନୂତନ କାର୍ଯ୍ୟାଳୟ ହେବ। ପ୍ରଶାସନ ଏଥି ପ୍ରତି ଗୁରୁତ୍ଵ ଦେବାକୁ ସାଧାରଣରେ ଦାବି ହେଉଛି।
Nalco
Leave A Reply