Odisha news

ରେଳଷ୍ଟେସନରୁ ଦୁଇ ଚୋର ଗିରଫ, ମୋବାଇଲ ଜବତ

0
ବ୍ରହ୍ମପୁର,୩୦/୮ : ବ୍ରହ୍ମପୁର ସରକାରୀ ରେଳବାଇ ଥାନା ପୋଲିସ(ଜିଆରପି) ଦୁଇ ଜଣ ଚୋରଙ୍କୁ ରେଳଷ୍ଟେସନରୁ ଗିରଫ କରିଛି। ସେହିପରି ସେମାନଙ୍କ ନିକଟରୁ ୨ ଗୋଟି ଚୋରି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଳୁଆପଦରର ଜଗନ୍ନାଥ ମଲ୍ଲିକ (୩୨) ଓ ବେଲପଢ଼ାର ଭାଗବତ ଦାସ ଓରଫ ଗପ (୨୮)।ସେମାନଙ୍କୁ ମାମଲା ନମ୍ବର ୬୯୪/୨୪ ରେ କୋର୍ଟ ଚାଲାଣ କରାଯାଇଛି।ସୂଚନାପ୍ରକାରେ, ରେଳ ସୁରକ୍ଷା ବଳର (ଆରପିଏଫ) ଏଏସଆଇ ଏସ .ପାତ୍ର ଓ ତାଙ୍କ ଷ୍ଟାଫ ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପାଇଁ ଖଲ୍ଲିକୋଟ ଷ୍ଟେସନରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଟ୍ରେନ ଭିତରେ ଥିବା କିଛି ଯାତ୍ରୀ ଚୋର ଚୋର ବୋଲି ଚିତ୍କାର କରିଥିଲେ। ଟ୍ରେନରୁ ବାହାରକୁ ଆସି ଦୌଡ଼ି ପଳାଉଥିବା ଉପରୋକ୍ତ ଦୁଇ ଯୁବକଙ୍କୁ ସେମାନେ କାବୁ କରିଥିଲେ। ସେମାନଙ୍କ ପେଣ୍ଟ ପକେଟରେ ଥିବା ଦୁଇଟି ମୋବାଇଲ ର କାଗଜ ପତ୍ର ମାଗିଥିଲେ ଏନେଇ ସେମାନେ ସଠିକ ଉତ୍ତର ପୋଲିସଜୁ ଦେଇ ପାରିନଥିଲେ। ସେମାନଙ୍କୁ ଆଣି ଵ୍ରହ୍ମପୁର ଜିଆରପି ଥାନାରେ ହାଜର କରାଯାଇଥିଲା। ଏ ଏସଆଇ ପାତ୍ରଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଟ୍ରେନ ଯାତ୍ରୀଙ୍କ ନିକଟରୁ ଅଭିଯୁକ୍ତ ଦ୍ୱୟ ଜଗନ୍ନାଥ ମଲିକ ଓ ଭାଗବତ ଦାସଉକ୍ତ ମୋବାଇଲ ଦୁଇଟି ଚୋରି କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲେ।
Leave A Reply