Odisha news

ବ୍ରହ୍ମପୁର ସହରରେ ରୋଟାରୀ କ୍ଳବ ସମୂହର ତ୍ରିରଙ୍ଗା ଯାତ୍ରା:  ଛାତ୍ର,ଯୁବକଙ୍କ ଅଂଶ ଗ୍ରହଣ

0
ବ୍ରହ୍ମପୁର : ଭାରତ ସ୍ବାଧୀନତାର 78 ବର୍ଷ ଜୟନ୍ତିର ପ୍ରାକ୍ କାଳରେ ବ୍ରହ୍ମପୁର ସହରର ରୋଟାରୀ କ୍ଳବ ସମୂହର ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା କରି ଜନ ସାଧାରଣଙ୍କ ମଧ୍ଯରେ ସ୍ବାଧୀନତାର ଏକ ସୁଖଦ ବାର୍ତ୍ତା ପ୍ରଦାନ କରି  ସଚେତନ କରା ଯାଇଛି।ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର,ବ୍ରହ୍ମପୁର ଈଷ୍ଟ,ସେଣ୍ଟ୍ରାଲ,ମିଡ୍ ଟାଉନ୍,ଇନୋଭେଟିଭ୍ ପ୍ରଭୃତି 5ଟି କ୍ଳବର କର୍ମକର୍ତ୍ତା ଓ ସଭ୍ଯବୃନ୍ଦ,ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ରାଲିରେ ଯୋଗ ଦେଇ ସ୍ବାଧୀନତା  ସୁରକ୍ଷା ବାର୍ତ୍ତା ଦେଇ ସଚେତନତା ସୃଷ୍ଟି କରିଥିଲେ।ରୋଟାରୀ 3262 ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ଓ ପୂର୍ବତନ ପ୍ରାନ୍ତପାଳ ଡାକ୍ତର ନାରାୟଣ ମିଶ୍ର ପତାକା ଉଡାଇ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥୁଲେ।ଅଂଶ ଗ୍ରହଣ କାରୀ ଦଳ ଭାରତ ମାତାର ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ୍ ଦେଇ ଖଲ୍ଲିକୋଟ ଏକକ ବିଶ୍ବବିଦ୍ଯାଳୟ ଫାଟକ ନିକଟରୁ 200 ମିଟରର ଦୁଇଟି ସୁଦୈର୍ଘ୍ଯ ଜାତୀୟ ପତାକା ଉଡ୍ଡୀୟମାନ କରାଇ ସହର ପରିକ୍ରମା କରିଥିଲେ ଏବଂ ପୁରୁଣା ବସ୍ ଷ୍ଟାଣ୍ଡ୍,ଗାନ୍ଧୀ ନଗର ଦେଇ ପୁଣି ମ୍ଯୁନିସି ପୀଲିଟି ଗେଷ୍ଟ ହାଉସ୍ ଠାରେ ଉଦ୍ ଯାପନ କରିଥିଲେ।ଏହି ରାଲିକୁ ଉପରୋକ୍ତ 5 କ୍ଳବର  ସଭାପତି,ସଂପାଦକ ଓ ଅନ୍ଯାନ୍ଯ କର୍ମକର୍ତ୍ତା ପରିଚାଳନା କରିଥିଲେ।ସମସ୍ତ ସହକାରୀ ପ୍ରାନ୍ତପାଳ ସହଯୋଗ କରିଥିଲେ।ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ଯରେ ଦେଶ ପ୍ରେମ ସୃଷ୍ଟି କରିବାରେ ରୋଟାରୀ କ୍ଳବ ଗୁଡିକର ଏହି ଉତ୍ସାହ ପ୍ରଦ ପ୍ରଚେଷ୍ଟା ସର୍ବସାଧାରଣରେ ଆଦୃତ ହୋଇଥିଲା।
Nalco
Leave A Reply