ବ୍ରହ୍ମପୁର – ସ୍ଥାନୀୟ ଆଇଟିଆଇ ଅଡିଟୋରିୟମ ପରିସରରେ ଆଇଜର ବ୍ରହ୍ମପୁର ପକ୍ଷରୁ ବିଜ୍ଞାନ ର ପ୍ରଚାର ଓ ପ୍ରସାର କୁ ନେଇ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଜର ଲାଇବେରିଆନ୍ ଡ ନିହାର କୁମାର ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ କୁ ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ସେହି ଅନ୍ୟମାନଙ୍କ ମଧ୍ୟରେ ପଟିଆଲା ପଞ୍ଜାବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅରବିନ୍ଦ, ଚଣ୍ଡିଗଡ ଏମିରଟସ ପିଇସି ର ପ୍ରଫେସର ଅରୁଣ ଗ୍ରୋବର୍ ଉଦ୍ଘାଟନ ପର୍ବ ରେ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଆଧୁନିକ ଓଡ଼ିଶାରେ ବିଜ୍ଞାନର ଭୂମିକା ଓ ପ୍ରସାର ଏବଂ କୁନି କୁନି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ଗବେଷଣା ବିଜ୍ଞାନର ସଚେତନତା ର ମୂଳମନ୍ତ୍ରକୁ ନେଇ ଆଇଜର ନିର୍ଦ୍ଦେଶକ ନିଜ ସ୍ବାଗତ ଭାଷଣ ରେ କହିଥିଲେ। ଏହି କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ୨୨ ଗୋଟି ବିଦ୍ୟାଳୟ ଓ କଲେଜର ତିନି ଶହ ବିଦ୍ୟାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ଦିବସ ରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ର ୧୩ ଜଣ ପ୍ରଫେସର ମାନେ ଯୋଗ ଦେଇ ବିଦ୍ୟାର୍ଥୀ ଙ୍କୁ ରସାୟନ ଓ ପଦାର୍ଥ ବିଜ୍ଞାନ ର ବିଭିନ୍ନ ମୌଳିକ ଜ୍ଞାନ କୁ ନେଇ ବିତର୍କ ଅନୁଷ୍ଠିତ ହୋଇଥିଲା। ଏହି ବିତର୍କ ଜରିଆରେ ବିଦ୍ୟାର୍ଥୀ ଙ୍କ ମନରେ ବିଜ୍ଞାନ କୁ ନେଇ ଥିବା ଭ୍ରମ କୁ ଦୂର କରିଥିଲେ ବୈଜ୍ଞାନିକ ଓ ଗବେଷକ ମାନେ। ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ଙ୍କ ପାଇଁ ଦୁଇ ଘଣ୍ଟିଆ ବିଭିନ୍ନ କେମିକାଲ ର ରିଆକ୍ସନ୍ ଉପରେ ଲାଇଭ ଡେମନଷ୍ଟ୍ରେସନ କରି ଦେଖାଇ ଥିଲେ। ଏହିପରି କାର୍ଯ୍ୟକ୍ରମ ଦ୍ଵାରା ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା କୁ ନେଇ ଆଗ୍ରହ ଦେଖା ଦେବ। ଯାହାକି ଭବିଷ୍ୟତ ରେ ଭାରତ କୁ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ଅତିଥି କହିଥିଲେ। ଏହି କାର୍ଯ୍ୟକ୍ରମରେ ଚଣ୍ଡିଗଡ ଏମିରଟସ ପିଇସି ର କୁଳପତି ପ୍ରଫେସର ଅରୁଣ ଗ୍ରୋବର୍, ପଟିଆଲା ପଞ୍ଜାବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅରବିନ୍ଦ, ପିଲାନି ବି ଆଇ ଟି ଏସ ର କୁଳପତି ପ୍ରଫେସର ଭି ରାମ ଗୋପାଳ ରାଓ, ଦିଲ୍ଲୀ ଆଇଆଇଟି ର ପ୍ରଫେସର ରାଜେଶ ପ୍ରସାଦ, ବାଙ୍ଗାଲୋର ଆଇଆଇ ଏସ ସି ର ପ୍ରଫେସର ଉଦୟ ମୈତ୍ରୀ, ପି ଏସ ଅନିଲ କୁମାର, ଟି ଆଇ ଏଫ୍ ଆର ମୁମ୍ବାଇ ର ପ୍ରଫେସର ଦିପା ଖୁସଲାନି ଙ୍କ ସମେତ ବହୁ କୁଳପତି, ଗବେଷକ ଓ ପ୍ରଫେସର ମାନେ ଯୋଗ ଦେଇଥିଲେ।
