Odisha news

ଏଟିମ୍‌ ଟଙ୍କା ଭର୍ତ୍ତି ବେଳେ ୪୫ଲକ୍ଷ ହେ୍‌ଫେର୍ ଅଭିଯୋଗ, ଯୁବକ ଗିରଫ

0
ବ୍ରହ୍ମପୁର, ୩୧।୧୦ଏଟିଏମ୍‌ରେ ଟଙ୍କା ଭର୍ତ୍ତି ବେଳେ ୪୫ଲକ୍ଷ ଟଙ୍କା ହେର୍‌ଫେର୍ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋପାଳପୁର ଥାନା ମାଣ୍ଡିଅାପଲ୍ଲୀ ଅଂଚଳର ଦୀପକ କୁମାର ପାଢ଼ୀ(୪୨)। ଏନେଇ ଥାନାରେ କେସ୍‌ନଂ୫୫୮/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି।
ସୂଚନା ମୁତାବକ ଏଟିଏମ୍‌ରେ ଯଙ୍କା ଭର୍ତ୍ତି ପାଇଁ ସିଏମ୍‌ଏସ୍‌ ଇନ୍‌ଫୋ ସିଷ୍ଟମ୍ ନାମକ ଏକ ସଂସ୍ଥା ଦାୟିତ୍ବ ନେଇଛି। ଉକ୍ତ ସଂସ୍ଥାରେ କ୍ୟାସ୍‌ ଡିପୋଜିଟର୍‌ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଦୀପକ ପ୍ରାୟ ବର୍ଷେ ହେବ ନିଜ କ୍ଷମତାର ଦୁରୁପଯୋଗ କରି କିଛି କିଛି ଟଙ୍କା ହେର୍‌ଫେର୍ କରି ନେଉଥିଲେ। ଏଭଳି ସେ ୪୫ଲକ୍ଷ ଟଙ୍କା ହେର୍‌ଫେର୍ କରିଥିବା ନେଇ ସିଏମ୍‌ଏସ୍‌ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦୀପକକୁ ଥାନାକୁ ଆଣି ପଚାର ଉଚରା କରିବା ବେଳେ ସେ ଦୋଷ ମାନିନେଇଥିଲେ। ବର୍ଷେ ହେବ ସେ ଏଭଳି କରି ଆସୁଥିଲେ। ଏଟିଏମ୍‌ରୁ ଟଙ୍କା ହେର୍‌ଫେର୍‌ କରିନେଇ ସେ ଅନ୍‌ଲାଇନ୍‌ ଜୁଆ ଖେଳରେ ଲଗାଇ ଦେଉଥି‌େଲ। ସେଥିରୁ କିଛି ଲାଭ ମିଳିଲେ ପୁଣି ହେର୍‌ଫେର୍‌ କରିଥିବା ଟଙ୍କା ନେଇ ଏଟିଏମ୍‌ରେ ଭର୍ତ୍ତି କରି ଦେଉଥିଲେ। କିନ୍ତୁ ୪୫ଲକ୍ଷ ଟଙ୍କା ନେଇ ଯେତେବେଳେ ସେ ଅନ୍‌ଲାଇନ୍‌ ଜୁଆ ଖେଳିଥିଲେ, ସବୁ ଟଙ୍କା ହାରି ଯାଇଥିଲେ।  ବ୍ୟାଙ୍କ ଅଡିଟ୍‌ ବେଳେ ଏତେ ପରିମାଣର ଟଙ୍କା ହେର୍‌ଫେର୍‌ ହୋଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥାକୁ ଏସେମ୍ପର୍କରେ ଜଣାଇଥିଲେ। ଉକ୍ତ ସଂସ୍ଥା ଯାଂଚ କରିବାରୁ ଦୀପକ ଏଭଳି ଟଙ୍କା ଏଟିଏମ୍‌‌େ ଭର୍ତ୍ତି ନକରି ନଜେ ନେଇଯାଇଥିବା ଜଣାପଡ଼ିଥିଲା। ପରେ ‌ଉକ୍ତ ସଂସ୍‌ଥା ପକ୍ଷରୁ ଏନେଇ ଥାନାରେ ଏତଲଶ ଦିଆଯାଇଥିଲା। ଯାହାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ନେି ଏସ୍‌ପି.ଡା.ଶରବଣା ବିବେକ ଏମ୍‌. ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
Leave A Reply