ବ୍ରହ୍ମପୁର କାରାରକ୍ଷୀମାନଙ୍କ ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଲ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ ୧୩ମାସିଆ ଦରମା ବୃଦ୍ଧି ଅାଦି ୫ଦଫା ଦାବି ନେଇ କାରାରକ୍ଷୀମାନେ ଆଜି ଠାରୁ ଅାମରମ ଅନଶନ ଅାରମ୍ଭ କରିଛନ୍ତି। ଦାବି ପୁରଣ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଆମେ ଶୃଙ୍ଖଳିତ କର୍ମଚାରୀ ଭାବେ ଆମେ ଆନ୍ଦୋଳନ କରୁଥିଲେ ମଧ୍ୟ ନିଜ କାର୍ଯ୍ୟ ସ୍ବାଭାବିକ ଭାବେ ସମ୍ପାଦନ କରିବୁ। କିନ୍ତୁ ଦୀର୍ଘ ଦିନ ଧରି କରାଯାଉଥିବା ଏହି ଦାବି ହାସଲ ଯାଏଁ ଆନ୍ଦୋଳନରୁ ହଟିବୁି ନାହିଁ ବୋଲି କାରାରକ୍ଷୀମାନେ କହିଛନ୍ତି। ଏହି ୫ଦଫା ଦାବିକୁ ନେଇ ସଂଘ ବାରମ୍ବାର ଅାନ୍ଦୋଳନ କରିଛି। କିନ୍ତୁ ସରକାର ସବୁ ବେଳେ କେବଲ ପ୍ରତିଶୃତି ଦେଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ଏଥିପାଇଁ ଗତ ୧୩ତାରିଖରୁ ରାଜ୍ୟର ସମସ୍ତ କାରାରକ୍ଷୀ କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ କରିଥିଲେ. ତଥାପି ସରକାର ଅଣଦେଖା କରିବା ପରେ ବର୍ତ୍ତମାନ ଆମରମ ଅନଶନ କରାଯାଉଥିବା ସେମାନେ କହିଛନ୍ତି।
