Odisha news

ଦୋକାନରୁ ୧୦ ଲକ୍ଷ ଟଙ୍କାର ଲେପଟପ ଚୋରି

0
ଵ୍ରହ୍ମପୁର, ୧୦/୯- ଶନିବାର ବିଳମ୍ବିତ ରାତ୍ରରେ ଗାନ୍ଧିନଗର ମୁଖ୍ୟ ରାସ୍ତରେ ଥିବା ଅଜିତ କମ୍ପୁଟର ଦୋକାନରେ ଲୁଟିଆ ଗ୍ୟାଙ୍ଗ କଳାକାନା ବୁଲାଇଛନ୍ତି। ଦୋକାନ ଭିତରେ ଥିବା ନାମିଦାମୀ କମ୍ପାନୀର ଲେପଟପ , ସିସି ଟିଭି କେମେରା , ମୋଢ଼ମ ଡିଭିଆର ଇତ୍ୟାଦି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ମାଲିକ ଅଜିତ କୁମାର ମିଶ୍ର ରବିବାର ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିବା କହିଛି। ସୂଚନା ଅନୁଯାୟୀ , ଅଜିତ ମିଶ୍ରଙ୍କ ଗାନ୍ଧିନଗର ହୋଟେଲ ମୋତି ନିକଟରେ ଅଜିତ କମ୍ପୁଟର ଦୋକନ ରହିଛି। ସେ ଶନିବାର ରାତ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରବିବାର ପୂର୍ବାହ୍ନରେ ଦୋକାନ ଖୋଲି ଦେଖିବା ବେଳେ ଅନେକ ସାମଗ୍ରୀ ଭିତରେ ବିଛେଇ ହୋଇ ପଡିଛି। ତାଙ୍କର ସନ୍ଧେହ ହୋଇଥିଲା। ସେ ଏନେଇ ଟାଉନ ଥାନା ପୋଲିକୁ ଖବର କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୩୭୦/୨୩ ରେ ଏକ ମମାଲ ରୁଜୁ କରିଛି।  ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେ ଲୁଟିଆ ଗ୍ୟାଙ୍ଗ ଉକ୍ତ ଦୋକାନର ପଛପଟ ଭେଣ୍ଟିଲେଟର ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଦୋକାନ ଭିତରେ ଥିବା ଶୌଚାଳୟ କବାଟ ଭାଙ୍ଗି ଦୋକାନ ଭିତରେ ପଶି ୨୦ଗୋଟି ନାମୀଦାମୀ କମ୍ପାନୀର ଲେପଟପ ଚୋରି କରିଥିଲେ ବୋଲି ଜଣିବାକୁ ପାଇଛି। ଉକ୍ତ କମ୍ପୁଟର ଦୋକାନରୁ ୧୦ ଲକ୍ଷ ଟଙ୍କାର ଲେପଟପ, ମୋଢ଼ମ, କମ୍ପୁଟର  ଡିଭିଆର ଇତ୍ୟାଦି ଚୋରି ହୋଇଥିବା ଦୋକାନ ମାଲିକ ଅଜିତ ମିଶ୍ର ସୂଚନା ଦେଇଛନ୍ତି।
Leave A Reply