Odisha news

କଲେଜ ଛତ୍ରୀଙ୍କ ରିଲ୍ସ ସୁଟିଂ ଘଟଣା କର୍ତ୍ତୃପକ୍ଷ ଜାରି କଲା ନୋଟିସ 

0
ଵ୍ରହ୍ମପୁର –ଦୁଇ ଜଣ ଛାତ୍ରୀ କଲେଜ ଛାତ ଉପରେ ଚଢି ରିଲ୍ସ ସୁଟିଂ କରୁଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବୁଦ୍ଧିିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ ସମସ୍ତେ ଛାତ୍ରୀଙ୍କ ବେପରୁଆ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ନିନ୍ଦା କରିଥିଲେ। ଏଭଳି ଘଟଣା ଲୋକଲୋଚନକୁ ଅାସିବା ପରେ ବ୍ରହ୍ମପୁର ଶଶିଭୂଷଣ ରଥ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସେ ଜାରି କରିଛନ୍ତି। ଛାତ୍ରୀମାନେ କଲେଜକୁ ମୋବାଇଲ୍ ନଆଣିବା, ଜନ୍ମ ଦିନ ପାଳନ ନକରିବା, ରିଲ୍ସ ସୁଟିଂ, ରାଗିଂ ଆଦି ୮ଟି କାମ ନକରିବା ପାଇଁ କୁହାଯାଇଛି। ଏସଂପର୍କରେ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି। ଏହାକୁ ନମାନିଲେ ଛାତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ଯୁବ ପିଢି ରିଲ୍ସ ନିଶାରେ ଏମିତି ମାତିଛନ୍ତି ଯେ, ବିପଦକୁ ମଧ୍ୟ ଖାତିର କରୁନାହାନ୍ତି। ରିଲ୍ସ ଏବଂ ସେଲ୍ଫି ନିଶାରେ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସଚେତନ ନହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଦୁଇଜଣ ଛାତ୍ରୀ କଲେଜ ଛାତ ଉପରେ ଚଢି ବିପଦପୂର୍ଣ୍ଣ ଭାବେ ରିଲ୍ସ ସୁଟିଂ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରା|ଲ୍ ହୋଇଥିଲା। ଏହି ଭିଡିଓରେ ଥିବା ଛାତ୍ରୀମାନେ ବ୍ରହ୍ମପୁର ସହର ସ୍ଥିତ ଶଶିଭୂଷଣ ରଥ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ବୋଲି କୁହାୟାଇଥିଲା। ଛାତ୍ରୀମାନେ ରିଲ୍ସ ସୁଟିଂରେ ଏମିତି ବ୍ୟସ୍ତ ଯେ, ସେମାନେ ଛାତର ଅଗ୍ରଭାଗକୁ ଚାଲି ଆସିଥିଲେ। କୌଣସି କାରଣରୁ ଆଉ ପାଦେ ଆଗକୁ ଆସିଗଲେ ଏକ ବଡଧରଣର ଅଘଟଣକୁ ସାମ୍ନା କରିଥାନ୍ତେ। ରିଲ୍ସ କରିବା ପାଇଁ ସେମାନେ କିଭଳି ଛାତକୁ ଗଲେ ଏବଂ ଏହି ଘଟଣା ବେଳେ କଲେଜ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ କିପରି ତାହାକୁ ନେଇ ବୁଦ୍ଧିଜାବୀମାନେ ପ୍ରଶ୍ନ ଉଠାଇଥିଲେ। ତେବେ ଏହି ଘଟମାକୁ ନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶଶିଭୂଷଣ ରଥ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କାହ୍ନୁଚରଣ ପାଢୀ କହିଥିଲେ। ଏହାପରେ ସେ ଉପରୋକ୍ତ ନୋଟିସ୍ ଜାରି କରିଛନ୍ତି। କଲେଜ୍ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ବିଶୃଙ୍ଖଳାକୁ ଗ୍ରହଣ କରିବା ଆଦୌ ଉଚିତ୍ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି।
Leave A Reply