Odisha news

ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ରେକିଙ୍ଗ୍ ରୋଲର ସ୍କେଟିଂ ରେସିଂ ଚମ୍ପିଆନସିପ୍ 

0
ବ୍ରହ୍ମପୁର(27.08.2023): ଆଜି ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରସ୍ଥିତ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ରେକିଙ୍ଗ୍ ରୋଲର ସ୍କେଟିଂ ରେସିଂ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି ଦିନିକିଆ ଚମ୍ପିଆନସିପକୁ ସ୍କେଟିଂ ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ଆୟୋଜନ କରିଥିଲା  ।  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ 90ଜଣ  ବାଳକ ଓ ବାଳିକା ସ୍କେଟର ଏହି ଚମ୍ପିଆନସିପ ରେ ଅଂଶ ଗ୍ରହଣ କରିଥିବା ବେଳେ  ଏଥିମଧ୍ୟରୁ 63ଜଣ ବାଳକ ଓ 27ଜଣ ବାଳିକା ସ୍କେଟର ଥିଲେ   । ଏହି ଚମ୍ପିଆନସିପରେ ଉଭୟ ଇନ-ଲାଇନ ଓ କ୍ୱାଡ୍ ରେ ସ୍ପିଡ୍ ରେସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା  । ଏହାକୁ ରୋଲର ସ୍କେଟିଂ ଫେଡେରସନ ଅଫ୍ ଇଣ୍ଡିଆ  ଓ ସ୍କେଟିଂ ଆସୋସିଏସନ ଅଫ୍ ଓଡ଼ିଶାର ଅଫିସିଆଲ ମାନେ ପରିଚାଳନା କରିଥିଲେ  । ସକାଳ 7ଟାରେ ଚମ୍ପାଆନସିପର ଉଦଘାଟନି ଉତ୍ସବ ହୋଇଥିବାବେଳେ ଦିନ ତମାମ୍ ବିଭିନ୍ନ ବିଭାଗର ସ୍କେଟିଂ ରେସ ହୋଇଥିଲା  । ସଂଧ୍ୟାରେ ପୁରସ୍କାର ବିତରଣ ତଥା ଉଦଯାପନୀ ଉତ୍ସବରେ ଅତିଥିଭାବେ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ସଭାପତି ଅଶୋକ ସାହୁ ଓ କ୍ଲୋରୋଫିଲ ସ୍କୁଲର ଅଧ୍ୟକ୍ଷ ଆଲୋକ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ   କୃତି ସ୍କେଟର ମାନଙ୍କୁ ଆସୋସିଏସନ ପକ୍ଷରୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରି ସମ୍ମାନୀତ କରିଥିଲେ । ବ୍ରହ୍ମପୁର ସହରରେ ସ୍କଟିଂ ପାଇଁ ଏକ ଉତ୍ତମ ରିଙ୍କ୍ ହୋଇପାରିଲେ ସ୍କଟିଂ ଖେଳାଳୀମାନେ ଉପକୃତ ହୋଇପାରିବେ ବୋଲି ଏହି ଅବସରର ମୁଖ୍ୟ ଅତିଥି ଅଶୋକ ସାହୁ କହିଥିଲେ ।  ଏହି ଚମ୍ପିଆନସିପ୍ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ କ୍ଲୋରୋଫିଲ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରିଥିଲେ  । ସେପଟେ ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀର 19 ଜଣ ସ୍କେଟର ଏହି ଚମ୍ପିଆନସିପରେ ଭାଗ ନେଇଥିବା ବେଳେ ଉତ୍ତମ ପ୍ରଦର୍ଶନ କରି  ବିଭିନ୍ନ ବର୍ଗରେ 27ଟି ପଦକ ହାସଲ କରିଛନ୍ତି  ।
Leave A Reply