ବ୍ରହ୍ମପୁର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ଦଫା ଦାବି ନେଇ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଦାବି ମଧ୍ୟରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରି ନିୟମିତ କରିବା,କଳା ଓ କ୍ରୀଡା ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ରୀୟ ବେତନ ହାରରେ ଗ୍ରେଡପେ କୁ୪୨୦୦କୁ ବୃଦ୍ଧି କରିବା,ପୁରୁଣା ପେନସନ ଯୋଜନା ଲାଗୁ କରିବା ଆଦି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଘ ପକ୍ଷରୁ ଦିଆ ଯାଇଥିବା ଦାବି ପୂରଣ ନକରି କୌଣସି ପଦକ୍ଷେପ ସରକାର ଗ୍ରହଣ ନ କରନ୍ତି ତେବେ ଆସନ୍ତା ୧୬ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷକ ସମୂହ ଛୁଟିରେ ରହିବେ ବୋଲ ସଭାପତି ସାରଥୀ ପତ୍ର ଚେତାବନୀ ଦେଇଛନ୍ତି।ଏହି ଅବସରରେ ଉପସଭାପତି ଧର୍ମ ରାଜୁ ରେଡି, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାରଣା,ଙ୍କ ସମେତ ବହୁ ସଦସ୍ୟ ଏହି ଦାବି ତୁରନ୍ତ ପୂରଣ କରନ୍ତୁ
ବୋଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।