Odisha news

ରାସ୍ତା କଡ଼ରୁ ମୃତ ନବଜାତ ଉଦ୍ଧାର

0
ଵ୍ରହ୍ମପୁର , ୩/୨- ଗୁରୁବାର  ସକାଳେ ଡେଙ୍ଗାପଦର ରାସ୍ତା କଡ଼ରୁ ଏକ ନବଜାତ ଶିଶୁର ମୃତଦେହ ପୋଲିସ ଉଦ୍ଧାର କରିଛି। ଶିଶୁଟି ରାସ୍ତା କଡରେ କିଏ ଫୋପାଡ଼ିଛି ଜଣାପଡ଼ିନଥିଲା। ଅନ୍ୟପଟେ  ପୋଲିସ ମୃତଦେହ ଜବତ କରି ୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଛେଦ ପରେ ସଂରକ୍ଷଣ ଗୃହରେ ସଂରକ୍ଷିତ ରଖାଯାଇଛି ବୋଲି ପୋଲିସ କହିଛି। ଘଟଣାରୁ ପ୍ରକାଶ ଯେ, ଡେଙ୍ଗାପଦର ରାସ୍ତା କଡରେ ଏକ ଶିଶୁର ମୃତଦେହ ପଡିଥିବା ପୋଲିସ ଖବର ପାଇଥିଲା। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏକ ବ୍ୟାଗ ଭିତରେ ଥିବା ଏକ ଶିଶୁ ପୁତ୍ରର ମୃତଦେହ ଜବତ କରିଛି। ମୃତ ଶିଶୁଟିକୁ ଜନ୍ମ ଦେବା ପରେ କେହି ଜଣେ ରାସ୍ତା କଡରେ ଏପରି ଭାବେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଧେହ କରୁଛି।
Leave A Reply