Odisha news

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସାଉଥ୍ କୋ ମିଟର ରିଡର୍‌ ଶ୍ରମିକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

0
ବ୍ରହ୍ମପୁର : ସାଉଥ କୋ ମିଟର ରିଡର୍‌ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ୟଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ସ୍ଥାନୀୟ ହିଲପାଟଣା ସ୍ଥିତ ସଂସ୍କୃତି ଭବନ ଠାରୁ ଶତାଧିକ ମିଟର ରିଡର ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ବିଦ୍ୟୁତ ବିଭାଗ କାର୍ଯ୍ୟରତ ମିଟର ରିଡର ଙ୍କୁ କୁଶଳୀ ଭିଭିକ ଦରମା ପ୍ରଦାନ,ଦୀର୍ଘ ଦୁଇଦଶନ୍ଧି ଧରି ଅର୍ଥାତ ୨୦ ବର୍ଷରୁ ଊଦ୍ଧ ହେବ, ବିଦ୍ୟୁତ ବିଭାଗ ଅଧ୍ଵନସ୍ତ ଟିପିଏସଓଡିଏଲ ରେ କାର୍ଯ୍ୟରତ ୩ ହଜାରରୁ ଉର୍ଦ୍ଧ୍ବ ମିଟର ରିଡର ଙ୍କ ସମସ୍ୟା ଅତି ସମ୍ବେଦନଶୀଳ। ବାରମ୍ବାର ଦାବି ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଓଡିଶା ଶ୍ରମ ବିଭାଗ ଙ୍କ ୨୦୦୭ ବିଜ୍ଞପନ ଦ୍ବାରା ପାରିତ ମିଟର ରିଡର ଙ୍କ ନିମନ୍ତେ ସ୍କିଲ୍ଡ କେଟଗୋରି ଥାଇ ସୁଦ୍ଧା ଟିପିଏସଓଡିଏଲ କର୍ତ୍ତୃପକ୍ଷ ବୈଧାନିକ କରିଚାଲିଛନ୍ତି। ଏହି ସମସ୍ୟାଟି କୁ ହୃଦୟଙ୍ଗମ କରି ହସ୍ତକ୍ଷେପ କଲେ, ଟିପିଏସଓଡିଏଲ ଅଧିନସ୍ତ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନିଗିରି ଏବଂ ରାୟଗଡା ଆଦି ୧୯ଟି ଡିଭିଜନ ର ପ୍ରାୟ ୩ ହଜାର ମିଟର ରିଡର୍ ଓ ତାଙ୍କ ପରିବାର ଉପକୃତ ହେବେ ବୋଲି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ ।
Nalco
Leave A Reply