ବ୍ରହ୍ମପୁର: ମଦ ପାଇଁ ଶହେ ଟଙ୍କା ନ ଦେବାରୁ ସ୍ଥାନୀୟ ଜଣେ ଯୁବକକୁ ହାଣିଲା ଜଣେ ନିଶାସକ୍ତ ଯୁବକ । ଘଟଣା ଅନୁଯାଇ ଆଜି ଦିନ ଗୋଟାଏ ବେଳେ ବିଜିପୁର ବାଉରୀ ସାହିର ମୁନା ଦାସ ନାମକ ଜଣେ ଯୁବକ ଶ୍ରୀକାନ୍ତ ପାଢ଼ୀ ନାମକ ଜଣେ କଂଗ୍ରେସ କାର୍ଯ୍ୟଳୟ ନିକଟସ୍ଥ ଗ୍ୟାରେଜ ରେ କାମ କରୁଥିବା ଯୁବକଙ୍କୁ ଗତକାଲି ରାତିରେ ୧୦୦ ଟଙ୍କା ମାଗିଥିଲେ ।
କିନ୍ତୁ ଶ୍ରୀକାନ୍ତ ତାଙ୍କୁ ଅଣଦେଖା କରିବା ସହ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ଏହି ଘଟଣାପରେ ଆଜି ନିଶାଶକ୍ତ ଯୁବକ ମୁନା ଦାସ ପୁଣି କଂଗ୍ରେସ କାର୍ଯ୍ୟଳୟ ନିକଟରେ ପ୍ରଚୁର ମଦ ପିଇ ପୁଣି ଶ୍ରୀକାନ୍ତ କୁ ଡାକି ଗଲି ଗୁଲଜ କରିଥିଲେ । ପରେ କଥା କତାକଟି ହେବା ସହ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ଏଥିରେ ମଦ୍ୟପ ମୁନା ଦାସ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଶ୍ରୀକାନ୍ତଙ୍କ ହାତକୁ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରେ ଟାଉନ ଥାନା ପହଞ୍ଚି ମଦ୍ୟପ ମୁନାକୁ ଗିରଫ କରିଛି । ଏପଟେ ଶ୍ରୀକାନ୍ତଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ଟାଉନ ପୋଲିସ ସୂଚନା ଦେଇଛି ।