ବ୍ରହ୍ମପୁର ତା ୭।୧୨ : ବ୍ରହ୍ମପୁର ମହାନଗର ରେ ମଶା ପ୍ରାଦୃର୍ଭାବ ଦିନକୁ ଦିନ ବୢଦ୍ଧି ପାଇବାରେ ଲାଗିଛି। ଫଳରେ ସହରର ଜନସାଧାରଣ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି। ମହାନଗର ନିଗମ ପକ୍ଷରୁ ମଶା ବଂଶ ନିପାତ କରାଯାଉ ନଥିବା ରୁ ମଶା ଆତଙ୍କରେ ମ୍ୟାଲେରିଆ,ଡ଼େଙ୍ଗୁ,ଟାଇଫେଡ ,ଚିକେନ ଗୁନିଆ ଭଳି ବିଭିନ୍ନ ମାରାତ୍ମକ ରୋଗ ସହର ରେ ବ୍ୟାପିବାର ସମ୍ଭାବନା ଦେଖା ଦେଇଛି। ଏଣୁ ମଶା ନିବାରଣ କରି ଜନସାଧାରଣଙ୍କୁ ମଶା ଦାଉରୁ ରକ୍ଷା କରିବା ନିମନ୍ତେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ନେତୢତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଭେଟି ଏକ ଦାବୀ ପତ୍ର ଦେବାକୁ ଯାଇଥିବା ବେଳେ ମହାନଗର କମିଶନର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଭୟ ଦେଖାଇ ଦୁର୍ବ୍ୟବହାର କରିଥିବା ବେଳେ ଏହାର ପ୍ରତିବାଦରେ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ମହାନଗର କମିଶନରଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ମାନେ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସି ରହିବା ସହ କମିଶନରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଘଟଣାର ଖବର ପାଇ ମେୟର ସଂଘମିତ୍ରା ଦଳେଇ,ଡ଼େପୁଟି ମେୟର ବିବେକ ରେଡ୍ଡି ଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ପୋରେଟର୍ ଧାରଣା ସ୍ଥଳରେ ପହଞ୍ଚିଥିଲେ। କମିଶନରଙ୍କ ଦୁର୍ବ୍ୟବହାରକୁ ନେଇ ମେୟର ଶ୍ରୀମତୀ ଦଳେଇ ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣା ଯେଉଁ ଭଳି ପୁନରାବୢର୍ତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ରଖାଯିବ କହିଥିଲେ ।
ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମେୟର ସଂଘମିତ୍ରା ଦଳେଇ ବହୁ ବୁଝା ସୁଝା ପରେ ପରିସ୍ଥିତି ସାନ୍ତ ପଡ଼ିଥିଲା । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମେୟର ତାଙ୍କ ନିଜ କାର୍ଯ୍ୟାଳୟକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ଦାବୀ ଗୁଡିକ ଉପରେ ବିସୢତ ଆଲୋଚନା କରିଥିଲେ। ବ୍ରହ୍ମପୁରରେ ତୁରନ୍ତ ଟିଫା ମେସିନ୍ ବୁଲାଯିବା ସହ ନାଳ ନର୍ଦ୍ଦମା ଗୁଡ଼ିକରେ ମଶାମରା ଔଷଧ ସିଞ୍ଚନ କରାଯିବ ଏବଂ ଡ଼୍ରେନ ଗୁଡିକରେ କଭର ପ୍ଲେଟ୍ କରିବାକୁ ପ୍ରତିଶୢତି ଦେଇ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ,ବରିଷ୍ଠ ନେତା ଡ଼ା.ସୁବାଷ ସାହୁ,ସୁନିଲ କୁମାର ସାହୁ, କର୍ପୋରେଟର ନୀଳକଣ୍ଠ ସାହୁ,ଡ଼ି.କରୁଣାକର,ରଞ୍ଜିତା ବେହେରା,ସବିତା ସାହୁ,ସୁଶିଳା ମଲ୍ଲିକ,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ସରୋଜ ପାତ୍ର,ଦୀନବନ୍ଧୁ ମହାକୁଡ଼,କିରଣ କୁମାର ସାହୁ, କେ.ଟୁଙ୍ଗୁରୁ ପାତ୍ର, ଅଜୟ କୁମାର ଜେନା,ସରୋଜ କୁମାର ଦାସ, ବାଙ୍କାନିଧି ସେଠୀ,ପ୍ରଫୁଲ୍ଲ ସାହୁ,ପ୍ରେମଶିଳା ନନ୍ଦ, ଅଶୋକ ନିମାଇଁ, ରାଜ କିଶୋର ପାତ୍ର,କମଲ୍ ପାତ୍ର, ଡା.ରାମହରି ଖଣ୍ଡୁଆଳ,ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ ମିଶ୍ର, ଯୁବ ନେତା ସାଗର ମୁଖୀ,ଚିତ୍ତରଞ୍ଜନ ସାହୁ,ବିଜୟ କୁମାର ନନ୍ଦ,କେ.ରବି ରାଓ,କିଷାନ୍ ପଣ୍ଡା,ସୁମିତ୍ ସ୍ୱାଇଁ, ଦୀପକ ପାଢ଼ୀ,ଅଖିଳ ସାହୁ,ରବି ନାରାୟଣ ସାବତ,ଶିବ ପାଣିଗ୍ରାହୀ, ଟୁନା ପାତ୍ର,ଅକ୍ଷୟ ସାହୁ ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
