Odisha news

ରାଜ୍ୟ ଅମିନ ସଂଘର ସାଧାରଣ ସଭା

0
ବ୍ରହ୍ମପୁର :-ରାଜ୍ୟ ଅମିନ ସଂଘର ଆଜି ସାଧାରଣ ସଭା ଉତ୍କଳ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଦାବି ଗୁଡିକ ହେଲା ଗ୍ରେଡ଼ ପେ 1800 ସହ ରୁ 2800 ସହ କରିବା, ଅମିନ ମାନଙ୍କର ନାମ ପରିବର୍ତ୍ତନ କରି ଭୁ ନିରୀକ୍ଷକ କରିବା,1983 odrs କୁ ଅନୁପାଳିତ କରିବା, ଅମିନ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା, ଭୁ ନକ୍ସା ସଂଶୋଧନ ନିମନ୍ତେ ନୂତନ ଆଇଡି ପ୍ରଦାନ କରିବା l ଉପରୋକ୍ତ ଦାବି ଗୁଡିକ ନେଇ ଗଞ୍ଜାମ ଜ଼ିଲ୍ଲା ଅମିନ ସଂଘ ତରଫରୁ ସଭା ଆଲୋଚନ କରବା ସହିତ ନୂତନ କାଯ୍ୟlକlରି ସଦସ୍ୟ ମାନଙ୍କୁ ନେଇ ସଭାପତି, ଉପ ସଭାପତି, ସମ୍ପାଦକ ଚୟନ କରାଯାଇଥିଲା l ସରକାର ଏହି ଉପରୋକ୍ତ ଦାବି ଗୁଡିକୁ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରାଯାଇଅଛି l ଏଥିରେ ଅକ୍ତିତି ହେଲେ ପରବର୍ତୀ ସମୟରେ ରାଜ୍ୟର ସମସ୍ତ ଅମିନ କଳାବେର୍ଜ ଧାରଣ କରିବା ସହ ଆସନ୍ତା 11 ତାରିଖରେ ଭୁବେନେଶ୍ୱର ଚାଲ ଡାକରା ସହ ରାଜରାସ୍ତାକୁ ଓଲ୍ଲlଇ ଏକ ଗର୍ଜନ ସମାବେଶ ଅନୁଷ୍ଠିତ ହେବ l ଆଜିର ସାଧାରଣ ସଭାରେ ନୂତନ ସଭାପତି ଗୋପାଳ ମହାରଣା,  ଉପ ସଭାପତି ଜଗନ୍ନାଥ ସାମଲ, ଜ଼ିଲ୍ଲା କାଯ୍ୟକାରିଣୀ ସମ୍ପାଦକ ବି. ସୁରଜ କୁମାର ପାତ୍ର, ସହ ସମ୍ପାଦକ ନୀଳାଦ୍ରି ବେହେରା, ପୂର୍ବତନ ସଭାପତି ପଙ୍କଜ କୁମାର ନାୟକ ସମେତ ରାଜ୍ୟ ଅମିନ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
Leave A Reply