ତେଜପତ୍ର ଭୋଜନର ସ୍ଵାଦ ବଢ଼ାଇବା ସହିତ ଆୟୁର୍ବେଦର ଚିକିତ୍ସା ପାଇଁ ଉଇଯୋଗ ହୁଏ । ତା ସହିତ ଘରେ ରଖୁଥିବା ବିଭିନ୍ନ ଶସ୍ୟ ଜାତୀୟ ଜିନିଷକୁ ମଧ୍ୟ ପୋକ ମାନଙ୍କ ନିକଟରୁ ରକ୍ଷା କରିଥାଏ ।
* ଏଥିରେ ଥିବା ପୋଷାକ ତତ୍ତ୍ଵ –
ଏହି ପତ୍ରକୁ କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ । କଞ୍ଚା ଖାଇବା ଦ୍ୱାରା ଏହାର ସ୍ଵାଦ ତିକ୍ତ ହୋଇଥାଏ । ଶୁଖିଗଲା ପରେ ଏହାକୁ ଜଡ଼ିବୁଟି ଭାବରେ ବ୍ୟବହାର କରାଯାଏ। ଏଥିରେ ରହିଛି ଭିଟାମିନ , ମିନେରାଲ , ପ୍ରୋଟିନ , ଡାଏଟ୍ରି ଫାଇବର , କ୍ୟାଲସିୟମ ଆଦି ପ୍ରଚୁର ମାତ୍ରାରେ ରହିଛି ।
* ମାଇଗ୍ରେନ୍ , ମଧୁମେହ , ମୁଣ୍ଡ ଯନ୍ତ୍ରଣା , ଥଣ୍ଡା ଓ କାଶ , ବିଭିନ୍ନ ଭୂତାଣୁ ସଂକ୍ରମଣ ରେ ଉପୋଜୋଗ କରିବା ଦ୍ୱାରା ଆରାମ ମିଳିଥାଏ । ତେଜପତ୍ର ତେଲର ବ୍ୟବହାର ବିଭିନ୍ନ ହାଡ ସମ୍ବନ୍ଧୀୟ ସମସ୍ୟା ପାଇଁ କରାଯାଏ ।
* ତେଜପତ୍ର କୁ ପାଣିରେ ଫୁଟାଇ ସେହି ସୁଗନ୍ଧ କୁ ନାକ ବାଟେ ଶରୀରକୁ ଯିବାଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ବିଶେଷ କରି ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
Comments are closed.