Odisha news

ପେଟରେ ଅଧିକ ଗ୍ୟାସ ଉତ୍ପନ୍ନ ହେବା ଓ ଛାତି ଜଳିବା ହୋଇପାରେ କୋଲୋରେକ୍ଟଲ କ୍ୟାନ୍ସର କାରଣ

0

କୋଲୋରେକ୍ଟଲ କ୍ୟାନ୍ସର ଯାହାକୁ ସାଧାରଣ ଭାବରେ କୋଲନ କ୍ୟାନ୍ସର ଓ ରେକ୍ଟଲ କ୍ୟାନ୍ସର ମଧ୍ୟରୁ ଗୋଟିଏ l ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଜଣାପଡି ଯାଏ ତେବେ ଏହା ଠିକ ହେବାର ସମ୍ଭାବନା ରହିଥାଏ l କିନ୍ତୁ ଏହା ଗୋଟିଏ ସାଇଲେଣ୍ଟ କିଲର ଭଳି ହୋଇଥାଏ l କଦାପି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ୟାନ୍ସର କୁ ଜାଣି ହୁଏ ନାହିଁ l ଆଜି ଆମେ ବିସ୍ତାର ଭାବରେ କୋଲୋରେକ୍ଟଲ କ୍ୟାନ୍ସର ବିଷୟରେ ଜାଣିବା l

* କୋଲୋରେକ୍ଟଲ କ୍ୟାନ୍ସର ର ଲକ୍ଷଣ -:
– ମଳ ତ୍ୟାଗ ଅଭ୍ୟାସ ରେ ପରିବର୍ତନ –
ମଳ ତ୍ୟାଗ ଅଭ୍ୟାସ ରେ ପରିବର୍ତନ ଯେପରିକି ଡାଇରିଆ ଭଳି ଝାଡା ହେବା ନଚେତ କୋଷ୍ଠ କାଠିନ୍ୟ ସମସ୍ୟା ହେବ l ସବୁ ସମୟ ରେ ଏଭଳି ଲାଗିଥାଏ ଯେପରି ଅନ୍ତ ସପୂର୍ଣ ଖାଲି ହେଉନାହିଁ l ଯଦି ଏହି ସ୍ଥିତିରେ ଆପଣ ରହୁଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

– ମଳାଶୟ ରୁ ରକ୍ତ ବାହାରିବା –
ମଳରେ ରକ୍ତ ଆସିବା କୋଲୋରେକ୍ଟଲ କ୍ୟାନ୍ସର ର ଗୋଟିଏ ବଡ଼ ଚେତାବନୀ l ଟିୟୁମର ର ସ୍ଥାନ ଆଧାରରେ ରକ୍ତର ରଙ୍ଗ ଚମକୀଲା ଓ ଗାଢ଼ ହୋଇଥାଏ l

– ଅଚାନକ ଓଜନ ହ୍ରାସ –
ବିନା ଡ଼ାଈଟିଂ କିମ୍ବା ବିନା ବ୍ୟାୟାମ ରେ ଯଦି ଓଜନ ହ୍ରାସ ହେଉଛି ତେବେ ମଧୁମେହ ଠାରୁ ନେଇ କୋଲୋରେକ୍ଟଲ କ୍ୟାନ୍ସର ର କାରଣ ହୋଇଥାଏ l ଏହା ସୂଚେଇ ମଧ୍ୟ ଦେଇଥାଏ ଯେ କ୍ୟାନ୍ସର କୋଷିକା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଉଚ୍ଚ ସ୍ତରର ଉର୍ଜା ର ଆବଶ୍ୟକତା ରହିଛି l

– ଲଗାତାର ଛାତି ପୋଡିବା ଓ ଗ୍ୟାସ ସମସ୍ୟା –
ଆମେ ଅନେକ ସମୟରେ ଲଗାତାର ଭାବରେ ଗ୍ୟାସ ଏସିଡ଼ିଟି ରେ ସମୁଖୀନ ହୋଇ କୌଣସି ଔଷଧ ଖାଇ ତାହାକୁ ଏଡାଇ ଦେଇଥାଉ l ଯାହାକି ଆଗକୁ ଯାଇ ବିପଦ ର କାରଣ ହୋଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା କୋଲୋରେକ୍ଟଲ କ୍ୟାନ୍ସର ରେ ମଧ୍ୟ ପ୍ରଭାବିତ କରି ପରେ l

ଏହି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ –
– ଆମିଷ ଭୋଜନ
– ତେଲ ଓ ମସଲା ଯୁକ୍ତ ଭୋଜନ
– ଫାଷ୍ଟ ଫୁଡ
– ପ୍ରୋସେସଡ଼ ଫୁଡ
– ଆବଶ୍ୟକତା ଠାରୁ ଅଧିକ ଭୋଜନ ଗ୍ରହଣ
ଅଧ୍ୟୟନ ଅନୁସାରେ ଏହିସବୁ ଖାଦ୍ୟ ଆଜିର ମଣିଷ କୁ ଅଧିକ ରୋଗ ଗ୍ରସ୍ତ କରୁଛି l ଏବଂ କୋଲୋରେକ୍ଟଲ କ୍ୟାନ୍ସର ର କାରଣ ହେଉଛି l

Leave A Reply