Odisha news

ମନେରେଗା ରେ ପୋଖରୀ ନ ଖୋଳି ଟଙ୍କା ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ

0

ବେଳଗୁଣ୍ଠା,   ତା 24,9,2020, :  ବେଳଗୁଣ୍ଠା ବ୍ଳକ ଅଧିନସ୍ତ ବଙ୍କା ପଂଚାୟତ ର  ସୁରମଣି ଗ୍ରାମ  ସତ୍ୟନାରାୟଣ ମନ୍ଦିର ନିକଟରେ ଏକ ନୂତନ ପୋଖରୀ ଖୋଲିବାପାଇ 2019 ,20 ଆରିଥିକ ବର୍ଷ ରେ 5 ଲକ୍ଷ ଟଙ୍କା ମଞ୍ଜୁରୀ ହେଇଥିଲା ।  ହେଲେ ତାହା କରନା ମହାମାରୀ ହେତୁ କାମ ଟି ବନ୍ଦ ଥିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ସରକାରୀ କର୍ମଚାରୀ ଗତ ଦୁଇମାସ ମଧ୍ୟରେ କିଛି କାମ ନକରି 2, 81, 000 ହଜାର ଟଙ୍କା ଲେବର ବାବଦରେ ବିଲ କରି ନେଈଯାଇଛନ୍ତି ।

ମନ୍ଦିର କମିଟି ଓ ଗ୍ରାମବାସୀ ଏହାଜାଣି ବା ପରେ  ବେଳଗୁଣ୍ଠା  ବିଡିଓଙ୍କୁ  ଏ ନେଇ  ଗତକାଲି 23,9,2020 ରେ ଜଣାଇଥିଲେ  ସେ ଲୋକଙ୍କୁ କହିଲେ କି ମୁଁ ଏହାର ତଦନ୍ତ କରି ଅସାଧୁ କର୍ମଚାରୀ ଙ୍କ   ବିରୋଧରେ ଉଚିତ ପଦକ୍ଷେପ ନେବି କିନ୍ତୁ ବିଡମ୍ବନା ର ବିଷୟ ଏହିକି ସେହି ନୂତନ ପୋଖରୀ 24,9,2020 ଦିନ ସକାଳୁ କିଛି ଲୋକ ସେଠାକୁ କାମକରିବା ପାଇଁ ଆସିଥିଲେ ଏହା ଜାଣିପାରି ସୁରମଣି ଗ୍ରାମବାସୀ କିଏ କାମ କରୁଛି ବୋଲି ପଚାରିଥିଲେ ସେମାନେ କହିଲେ ଜେଇ ଓ ଜିଆରଏସ  ପଠାଇଛନ୍ତି ପୋଖରୀ ଖୋଳି ଵା ପାଇଁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ଉତେଜନା ହୋଇଥିଲା ପରେ ବାଲିପଦର ପୋଲିସ ର ହସ୍ତକ୍ଷେପ ପରେ  ଉତେଜନା ଶାନ୍ତ ପଡିଥିଲା ଓ କାମ ବନ୍ଦକରି ଦିଆଯାଇଥିଲା ।  ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ପୋଲିସ କହିଥିଲା ।

ଏହି ପରି ସେହି ପଚାୟତରେ ଆହୁରି କିଛି କାମ ମଧ୍ୟ ଏହିପରି କାମ ନହୋଇ ବିଲ ହୋଇଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମ ବାସୀ  ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲହାଇ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply