Odisha news

ଶିବ ଅବତରଣ ଉତ୍ସବ ଅବସରରେ ଦ୍ୱାଦଶ ଜ୍ୟୋତଲିଙ୍ଗ ପଦର୍ଶନୀ

0
ବେଲଗୁଣ୍ଠା ,01/03, ମଙ୍ଗଳବାର : ସ୍ଥାନୀୟ ପ୍ରଜାପିତା ବ୍ରାହ୍ମକୁମାରିସ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଗୋବରା ଉପସେବା କେନ୍ଦ୍ର ସଞ୍ଚଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ଯାଜ୍ଞସେନୀ ଭଉଣୀଙ୍କ ତତ୍ୱାବଧାନରେ ଶିବ ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦ୍ୱାଦଶ ଜ୍ୟୋତିଲିଙ୍ଗ ପଦର୍ଶନୀ ଉଦଘାଟିତ  ହୋଇଯାଇଛି l ଏହି ଉତ୍ସବରେ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ, ଗୋବର ସରପଞ୍ଚ  ସୁପ୍ରଭା ନାୟକ ସମ୍ମାନିତ ଅତିଥି ରୂପେ   ଦ୍ବିତିକୃଷ୍ଣ ସାହୁ  କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ରୂପେ ବ୍ରହ୍ମକୁମାରୀ ଯାଜ୍ଞସେନୀ ଭଉଣୀ ମହାଶିବରାତ୍ରୀର ଆଧ୍ୟାତ୍ମିକ ରହସ୍ୟ ସମ୍ବନ୍ଧରେ ପ୍ରବଚନ ଦେଇଥିଲେ l
ବ୍ୟସ୍ତମୟ ଜୀବନରେ ରାଜଯୋଗ ର ଅଭ୍ୟାସ କିପରି ଜୀବନରେ ସୁଖଶାନ୍ତିର ଅନୁଭୂତି କରାଏ – ବୁଝାଇଥିଲେ l ମୁଖ୍ୟ ଅତିଥି ଥାନା ଅଧିକାରୀ ଶ୍ରୀ ଗମାଙ୍ଗ ଉପସ୍ଥିତ ଅତିଥି ଓ ଅନ୍ୟ ମାନଙ୍କୁ ଏକ ଶୃଙ୍ଖଳିତ ଜୀବନ ଜିଇଁବା ପାଇଁ ପ୍ରେରଣା ଦେଇଥିଲେ l ଗୋବରା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନାୟକ ନିଜର କର୍ତ୍ତବ୍ୟ ପାଳନ ପାଇଁ ପରମଆତ୍ମାଙ୍କ ଠାରୁ ଆଶ୍ରିବାଦ ପାର୍ଥନା କରିଥିଲେ l  ଦ୍ବିତିକୃଷ୍ଣ ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ରେ ବ୍ରହ୍ମକୁମାର ଲକ୍ଷ୍ମଣ ଏବଂ ବ୍ରହ୍ମକୁମାର ନନ୍ଦକିଶୋର ଭାଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଅନ୍ୟ ଭାଇ ଭଉଣୀ ଯଥା ସନ୍ତୋଷିନୀ ଭଉଣୀ, ମିତା ଭଉଣୀ, ସନ୍ଧ୍ୟାଭଉଣୀ , ପ୍ରବୀଣା ଭଉଣୀ, କାହ୍ନl ଭାଇ ଓ ବିକାଶ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ସହ ଯୋଗ କରିଥିଲେ l
Leave A Reply