Odisha news

ବେଲଗୁଣ୍ଠାର ତିନି ଜୋନ୍ ରେ ବାର ଜିଲ୍ଲାପରିଷଦ ପ୍ରାର୍ଥୀ ; ମୈଦାନରେ 40 ସରପଞ୍ଚ ପ୍ରାର୍ଥୀ, 38 ସମିତିସଭ୍ୟ ପ୍ରାର୍ଥୀ,500 ୱାର୍ଡସଭ୍ୟ ପ୍ରାର୍ଥୀ

0

ବେଲଗୁଣ୍ଠା, 27/01, ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ତିନି ଜିଲ୍ଳା ପରିଷଦ ଆସନ ପାଇଁ 12 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀ ପତ୍ର ବୈଧ ରହିଛି I ପ୍ରତି ଜୋନ୍ ରେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା 47 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ୍ ରୁ ବାସନ୍ତୀ ପଣ୍ଡା, ଭାରତୀୟ ଜନତା ପାର୍ଟିରୁ ଗାୟତ୍ରୀ ରାଉତ, ବିଜୁ ଜନତା ଦଳରୁ ପୂର୍ଣ୍ଣବାସୀ ନାୟକ ଏବଂ ବହୁଜନ ସମାଜ ବାଦୀ ପାର୍ଟିରୁ  ମିନତି ନାଇକ ମଇଦାନକୁ ଓହ୍ଲାଇଛନ୍ତି I

ସେହିପରି 48 ନମ୍ବର୍ ଜୋନ୍ ଜିଲ୍ଳାପରିଷଦ ପ୍ରାର୍ଥୀ ଭାବେ କଂଗ୍ରେସ୍ ରୁ ନୃସିଂହ ଚରଣ ସାହୁ, ବିଜେପିରୁ ସୁଧୀର କୁମାର ଜେନା, ବିଜେଡ଼ିରୁ ପଞ୍ଚାନନ ନାୟକ ଏବଂ ଆମ୍ ଆଦମୀ ପାର୍ଟିରୁ ଗତି କୃଷ୍ଣ ବିଷୋୟୀଙ୍କ ପ୍ରାର୍ଥୀ ପତ୍ର ବୈଧ ରହିଥିବା ବେଳେ 49 ନମ୍ବର୍ ଜୋନ୍ ରୁ କଂଗ୍ରେସ୍ ର ମଧୂସୂଦନ ପଣ୍ଡା, ବିଜେପିର ସଞ୍ଜୟ କୁମାର ଜେନା, ବିଜେଡ଼ିର ବିଦ୍ୟାଧର ବିଷୋୟୀ ଏବଂ ଆପ୍ ର କାର୍ତ୍ତିକେଶ୍ୱର ପ୍ରଧାନ ଜିଲ୍ଳା ପରିଷଦ ସଭ୍ୟ ଲଢ଼େଇରେ ରହିବା ନିଶ୍ଚିତ ହୋଇଛି I

ସମସ୍ତ ଜୋନ୍ ରେ ମୁଖ୍ୟତଃ ବିଜେପି ବିଜେଡ଼ି ମଧ୍ୟରେ ମୁହାମୁହିଁ ଲଢ଼େଇର ଅନୁମାନ କରାଯାଉଥିବା ବେଳେ ଅନ୍ୟ ଦଳ ମାନେ ମଧ୍ଯ ବାଜିକୁ ନିଜ ସପକ୍ଷକୁ ନେବାପାଇଁ ଆଶାବାଦୀ ଅଛନ୍ତି I ସେହିପରି ଗତ 22 ତାରିଖ ସୁଦ୍ଧା ବ୍ଳକ୍ ର 18 ଟି ପଂଚାୟତରୁ ସରପଞ୍ଚ ପଦବୀ ପାଇଁ 63 ଜଣଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିବା ବେଳେ ଗତ ତିନି ଦିନ ମଧ୍ୟରେ 23 ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି I

ସେହିପରି ସମିତି ସଭ୍ୟ ପଦବୀ ପାଇଁ ବୈଧ ରହିଥିବା 57 ଟି ପ୍ରାର୍ଥୀପତ୍ର ମଧ୍ୟରୁ 19 ଟି ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଥିବା ବେଳେ 543 ଟି ୱାର୍ଡସଭ୍ୟ ପ୍ରାର୍ଥୀ ପତ୍ର ମଧ୍ୟରୁ 43 ଟି ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି I ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବେଲଗୁଣ୍ଠା ବ୍ଳକ୍ ର ପଂଚାୟତ ନିର୍ବାଚନ ଚୁଡାନ୍ତ ଲଢେଇରେ 40 ଜଣ ସରପଞ୍ଚ ପ୍ରାର୍ଥୀ, 38 ଜଣ ସମିତିସଭ୍ୟ ପ୍ରାର୍ଥୀ ଏବଂ 500 ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ରହିଥିବା ସ୍ପଷ୍ଟ ହୋଇଛି I

Leave A Reply