ଜୀବନର ମୁଖ୍ୟ ନିଷ୍ପତି ମାନଙ୍କ ମଧ୍ୟରୁ ଗୋଟିଏ ନିଷ୍ପତି ହେଉଛି ବିଭାହର ନିଷ୍ପତି ଅଟେ l ଯାହାକୁ ନେଇ ଉଭୟ ପୁଅ ଝିଅଙ୍କ ମଧ୍ୟରେ ଅନେକ ସ୍ବପ୍ନ ଥାଏ l କିନ୍ତୁ ଯେପରି ବିଭାହର ସମୟ ପାଖେଇ ଆସିଥାଏ ସେମିତି ପ୍ରତେକ ଝିଅଙ୍କ ମନରେ କିଛିଟା ପ୍ରଶ୍ନ କୁ ନେଇ ସବୁବେଳେ ଚିନ୍ତା ଲାଗି ରହିଥାଏ l
* ଅଧିକାଂଶ ଝିଅ ବିଭାହ ପୂର୍ବରୁ ନିଜକୁ ନେଇ ଗୋଟିଏ ପ୍ରଶ୍ନ କରିଥାଆନ୍ତି ତାହା ହେଉଛି ମୁଁ ଏତେ ଶୀଘ୍ର ବିଭାହ କରିବାର ନିଷ୍ପତି ନେଇ ଭୁଲ କରି ନାହିଁତ l କଣ ବର୍ତମାନ ମତେ ନିଜ ଭାବି ସ୍ୱାମୀଙ୍କ ବିଷୟରେ ଆହୁରି ଜାଣିବାକୁ ଆବଶ୍ୟକ କି l
* ସ୍ୱାମୀଙ୍କୁ ନେଇ ଭୟ – ଝିଅମାନେ ବିଭାହ ପୂର୍ବରୁ ନିଜର ସ୍ୱାମୀଙ୍କ ସ୍ଵଭାବକୁ ନେଇ ଅତ୍ୟନ୍ତ ଚିନ୍ତାରେ ରହି ଥାଆନ୍ତି l ସେମାନଙ୍କୁ ପ୍ରତେକ ସମୟରେ ଗୋଟିଏ ଡର ଲାଗି ରହିଥାଏ ମୁଁ ଯେଉଁ ବ୍ୟକ୍ତିକୁ ବିଭାହ କରିବାକୁ ଯାଉଛି ସିଏ କଣ ମତେ ବୁଝି ପାରିବ l
* ସ୍ୱାଧୀନତା ହରାଇବାର ଭୟ – ଅନେକ ଝିଅ ଙ୍କ ମନରେ ବିଭାହ ପୂର୍ବରୁ ଗୋଟିଏ ଡର ଲାଗି ରହିଥାଏ ଯେ ତାଙ୍କର ବିଭାହ ପରେ ସ୍ୱାଧୀନତା ଚାଲି ଯିବନି ତ ,ସେ ଅନ୍ୟର ଆଙ୍ଗୁଠି ଇସାରାରେ ପରିଚାଳିତ ହେବେନି ତ l ସେ ନିଜର ସମସ୍ତ ନିଷ୍ପତି ନିଜ ଇଚ୍ଛା ରେ ନେଇ ପାରିବେ ତ ? ତାଙ୍କ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ ସପୋର୍ଟ ମିଳିବ ତ ?
* ପ୍ରଥମ ଥର ରୋଷେଇ କରିବାର ଭୟ – ବିଭାହ ପୂର୍ବରୁ ପ୍ରତେକ ଝିଅଙ୍କ ମନରେ ଡର ରହିଥାଏ ଶ୍ୱଶୁର ଘରର ରୋଷେଇକୁ ନେଇ l କାଳେ ତାଙ୍କ ରୋଷେଇ କାହାକୁ ପସନ୍ଦ ଆସିବକି ନାହିଁ l କାରଣ ପ୍ରତେକ ଝିଅ ଇଚ୍ଛା ରଖି ଥାଆନ୍ତି ତାଙ୍କର ରୋଷେଇ ସମସ୍ତଙ୍କୁ ପସନ୍ଦ ଆସୁ l
* ପରିବାର ସହିତ ମିଶି ପାରିବେ କି ନାହିଁ – ବିଭାହ ପୂର୍ବରୁ ଝିଅ ମାନଙ୍କ ମନରେ ସବୁଠୁ ଅଧିକ ଏହି କଥା ଚିନ୍ତା ସୃଷ୍ଟି କରିଥାଏ ସେ ବିଭାହ ପରେ ନିଜ ପରିବାର ଭଳି ଶ୍ୱଶୁର ଘର ସହିତ ତାଳମେଳ ରଖି ପାରିବେ କି କଣ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନିଜ ପରିବାର ସଦସ୍ୟ ଭଳି ଗ୍ରହଣ କରିପାରିବେ l
Comments are closed.