ବିୟର ପିଉଥିବା ସମୟରେ ଭୁଲ୍ ରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଧୀରେ ଧୀରେ ଶରୀର ପାଇଁ ହୋଇପାରେ ବହୁ କ୍ଷତି କାରକ
ଆଜିକାଲି ବିୟର ପିଇବା ଗୋଟିଏ ସାଧାରଣ କଥା ହୋଇ ଗଲାଣି l ବର୍ତମାନ ଯେ କୌଣସି ଭୋଜିଭାତ କିମ୍ବା ପାର୍ଟି ହେଉ ବିନା ବିୟର ରେ ସମ୍ପୂର୍ଣ ହୋଇ ନଥାଏ l ଆଜିର ମର୍ଡନ ଲାଇଫ ଷ୍ଟାଇଲ ର ଏହା ଗୋଟିଏ ସାଧାରଣ କଥା ହୋଇ ଗଲାଣି l ବିୟର ସମସ୍ତେ ଏଥିପାଇଁ ପିଇ ଥାଆନ୍ତି କାରଣ ଅନ୍ୟ ସମସ୍ତ ଆଲକୋହଲ ତୁଳନାରେ ବିୟର ରେ କମ ନିଶା ହୋଇଥାଏ l ଅଧିକାଂଶ ଲୋକ ବିୟର ସହିତ ବିଭିନ୍ନ ଚଟପଟିଆ ଜିନିଷ ଖାଇବାକୁ ପସନ୍ଦ କରନ୍ତି l
କିନ୍ତୁ ଗବେଷକ ମାନଙ୍କ ମତରେ ଏପରି କିଛି ମୁଖ ସୁଆଦିଆ ଜିନିଷ ରହିଛି ଯାହାକୁ ବିୟର ସହିତ ସେବନ କରିବା ଉଚିତ ନୁହେଁ l ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l ବୈଜ୍ଞାନିକ ମାନଙ୍କ ମତରେ ସୀମିତ ମାତ୍ରାରେ ୱାଇନ କିମ୍ବା ବିୟର ପିଇବା ଶରୀର ପାଇଁ ଲାଭ ଦାୟକ ଅଟେ l କିନ୍ତୁ ଅଧିକ ମାତ୍ରାରେ ସେବନ କରିବା କ୍ଷତିକାରକ l
ଆସନ୍ତୁ ଜାଣିବା କେଉଁସବୁ ଜିନିଷକୁ ବିୟର ସହିତ ଖାଇବା ଉଚିତ ନୁହେଁ –
– ବ୍ରେଡ କିମ୍ବା ବ୍ରେଡ ରେ ପ୍ରସ୍ତୁତ ଜିନିଷ : ଯଦି ଆପଣ ବିୟର ପିଇବା ପରେ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଚାହୁଁ ନାହାନ୍ତି ତେବେ ବ୍ରେଡ କିମ୍ବା ବ୍ରେଡ ରେ ପ୍ରସ୍ତୁତ ଜିନିଷ ଖାଆନ୍ତୁ ନାହିଁ l ନଚେତ ପାଚନ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହୋଇ ପାରନ୍ତି l
– ଫ୍ରେଞ୍ଚ ଫ୍ରାଏ ଓ ଅନ୍ୟାନ୍ୟ ତୈଳ ଯୁକ୍ତ ଖାଦ୍ୟ : ଆପଣ ଯେବେବି ବିୟର ସେବନ କରୁଛନ୍ତି ଫ୍ରେଞ୍ଚ ଫ୍ରାଏ କିମ୍ବା ଅନ୍ୟାନ୍ୟ ତୈଳଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l ଲୁଣିଆ ଓ ତୈଳ ଯୁକ୍ତ ଜିନିଷରେ ଉଚା ମାତ୍ରାରେ ସୋଡିୟମ ରହିଥାଏ l ଯାହାକି ଉଚ ରକ୍ତଚାପ ସମସ୍ୟା କରାଇବା ସହିତ ଦେହ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ l
– ମସଲାଯୁକ୍ତ ଜିନିଷ : ପ୍ରାୟତଃ କିଛି ଲୋକ ରହି ଥାଆନ୍ତି ଯେଉଁମାନେ ବିୟର ସହିତ ମସଲା ଯୁକ୍ତ ଜିନିଷ ଖାଇବାକୁ ପସନ୍ଦ କରି ଥାଆନ୍ତି l କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ l ମସଲା ଯୁକ୍ତ ଖାଦ୍ୟ ବିୟର ସହିତ ସେବନ କରିବା ଦ୍ୱାରା ଶରୀରକୁ ଖରାପ ପ୍ରଭାବ ପକାଇ ପାରେ l
ବିୟର ସହିତ କଣ ଖାଇବା ଉଚିତ ?
– ଆପଣ ଯେବେବି ବିୟର ସେବନ କରୁଛନ୍ତି ତା ସହିତ ଗ୍ରୀନ ସାଲାଡ଼,ମିକ୍ସ ଫୃଟ୍ସ୍ ସାଲାଡ଼,ପାଚିଲା ଅମୃତଭଣ୍ଡା, ସେଓ ଇତ୍ୟାଦି ସେବନ କରିବା ଆବଶ୍ୟକ l