ଯଦି ରାତିରେ ୩ଟା ରୁ ୪ଟା ମଧ୍ୟରେ ଆପଣଙ୍କ ନିଦ ଭାଙ୍ଗୁଛି, ତେବେ ନିହାତି କରନ୍ତୁ ଏହି ଉପାୟ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩ରୁ ୪ଟା ସମୟ ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ, ଏବଂ ଏହି ବ୍ରହ୍ମ ମୁହୂର୍ତ କୁ ଦେବତା ଙ୍କ ସମୟ ଭାବରେ ଗ୍ରହଣ କରାଯାଏ, ଯଦି ଆପଣଙ୍କ ନିଦ ୩ରୁ ୪ଟା ମଧ୍ୟରେ ଭାଙ୍ଗୁଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଜୀବନ ରେ ଖୁସି ର ସଂଚାର ହେବାକୁ ଯାଉଛି l
୩ଟାରୁ ୪ଟା ସମୟ ପ୍ରାର୍ଥନା ପାଇଁ ସର୍ବୋତମ ସମୟ ଅଟେ, ପ୍ରକୃତି ଏହି ସମୟ ରେ ଆପଣଙ୍କୁ ଜାଗ୍ରତ କରି ଈଶ୍ୱର ଙ୍କ ସାନିଧ୍ୟ ଲାଭ କରିବାକୁ ମାର୍ଗ ଦର୍ଶନ କରାଇବାକୁ ଚାହୁଁଚି l ଯଦି ଏହି ସମୟ ମଧ୍ୟରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଆପଣ ନିଜ ବିଛଣା ରେ ବସି ପ୍ରାର୍ଥନା କରନ୍ତୁ , ମନ୍ତ୍ର ଜପ କରନ୍ତୁ ଓ ଧ୍ୟାନ ମଧ୍ୟ କରନ୍ତୁ l
କୁହାଯାଏ ଯେ ଏହି ସମୟ ରେ ଇଷ୍ଟ ଦେବତାଙ୍କ ଉପାସନା ଏବଂ ତାଙ୍କର ନାମ ର ଧ୍ୟାନ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ପ୍ରାପ୍ତି ହୋଇଥାଏ l ଏହି ସମୟରେ ଯଦି ବି ଆପଣଙ୍କ ନିଦ ଭାଙ୍ଗୁଛି ଭୁଲ କାର୍ଯ୍ୟରେ ଲଗାନ୍ତୁ ନାହିଁ, ଯେପରିକି କିଛି ଖାଇବା, କିମ୍ବା ତାମସିକ କାର୍ଯ୍ୟ କରିବା, କିମ୍ବା ଖରାପ ଉଦେଶ୍ୟ ରଖି ନିଜକୁ ପ୍ରସ୍ତୁତ କରିବା ଇତ୍ୟାଦି l ଏଭଳି କାର୍ଯ୍ୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ l
ଏହି ସମୟ ବ୍ରହ୍ମ ମୁହୂର୍ତ ଅଟେ, କୁହାଯାଏ ଯେ ଏହି ସମୟ ରେ ଜୀବନ ସହିତ ଜଡିତ ଜରୁରୀ ନିଷ୍ପତି ନେବା ମଧ୍ୟ ଆବଶ୍ୟକ ହୋଇଥାଏ l ଏବଂ କୌଣସି ପ୍ରକାର ମାନସିକ ଚାପ ନନେଇ ଇଷ୍ଟ ଦେବତା ଙ୍କ ନାମ ଜପ କରିବା ଆବଶ୍ୟକ ଅଟେ l