ପେଟ୍ରୋଲିୟମ୍ ଜେଲି ସହଜ ରେ ଆମକୁ ସମସ୍ତ ଦୋକାନ ରେ ମିଳିଯାଇ ଥାଏ, କିନ୍ତୁ ଏହାର ରହିଛି ଅନେକ ଚମତ୍କାର ଲାଭ l ବିଶେଷ ଭାବରେ ପେଟ୍ରୋଲିୟମ ସୌନ୍ଦର୍ଯ୍ୟ ଓ ସ୍କିନ କେୟାର ପାଇଁ ଖୁବ ଉପଯୋଗୀ l ଏହାର ବ୍ୟୁଟି ବେନିଫିଟସ ଆପଣଙ୍କୁ ପ୍ରତିଦିନ ବିୟୁଟି ରୁଟିନ କୁ ଖୁବ ସହଜ ଓ ପ୍ରଭାବଶାଳୀ କରିଦେଇ ଥାଏ l ଆଜି ଆସନ୍ତୁ ଜାଣିବା ପେଟ୍ରୋଲିୟମ ଜେଲି ର ବ୍ୟବହାର ବିଷୟ ରେ l
– ପେଟ୍ରୋଲିୟମ ଜେଲି ଶୁଖିଲା ଓଠ କୁ ଠିକ କରିବାରେ ସାହାଯ୍ୟ କରିଥାଏ, ପେଟ୍ରୋଲିୟମ ଜେଲି ଓଠ କୁ ନମନୀୟ କରିଥାଏ l
– ପେଟ୍ରୋଲିୟମ ଜେଲି ଗୋଇଠି ରେ ଯଦି କଳା ପଡିଥାଏ ସେଠାରେ ନିୟମିତ ଲଗାଇବା ଦ୍ୱାରା ତାହା ଦୂର ହୋଇଥାଏ l ଏବଂ ଗୋଇଠି ଫୁଲିବା ମଧ୍ୟ ଦୂର ହୋଇଥାଏ l
– ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ନିୟମିତ ରାତିରେ ଶୋଇବା ପୂର୍ବରୁ ନିଜ ମୁହଁ ରେ ପେଟ୍ରୋଲିୟମ ଜେଲି ର ଗୋଟିଏ ମାଲିସ ଦିଅନ୍ତୁ l ତ୍ୱଚାରେ ଚମକ ଆସିବ l
– ପେଟ୍ରୋଲିୟମ ଜେଲି ରେ ମାଲିସ କରିବା ଦ୍ୱାରା ଶରୀରର ବ୍ଲଡ଼ ସ୍ରକୁଲେସନ ଠିକ ରହିଥାଏ ଏବଂ ଶରୀର ରିଲାକ୍ସ ଲାଗିଥାଏ l
– ମେକଅପ ପୂର୍ବରୁ ତ୍ୱଚା ରେ ପେଟ୍ରୋଲିୟମ ଜେଲି ମାଲିସ କରିବା ଦ୍ୱାରା ନେଚୁରାଲ ହାଇଲାଇଟର ଭଳି ଏହା କାମ କରିଥାଏ l