Odisha news

ନିର୍ଣ୍ଣାୟକ ମୋଡରେ ଭାନୁପୁର ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

0
ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା  ଥାନା ଗଡଦେଉଳିଆ ପଞ୍ଚାୟତ ଅଧୀନ ୪ନଂ ଓ ୮ନଂରେ ରାସ୍ତା ଓ ପାଣି ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମଧ୍ୟ ପ୍ରଶାସନ ତତ୍ପରତାନ ନ ଦେଖାଇବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ଆଜି ଅପରାହ୍ନରେ ଆମ ପ୍ରତିନିଧି ସେହି ଗ୍ରାମରେ ପହଞ୍ଚି ପ୍ରକୃତ ଘଟଣାର ଅନୁଧ୍ୟାନ କରିବା ସହିତ ଭୋଟ ବର୍ଜନରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଥିଲା କି ପ୍ରଶାସନିକ ଅଧିକାରୀ ଆମ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଲେ ଆମେ ଭୋଟ ଦେବୁ । ବର୍ତ୍ତମାନ ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡାଙ୍କୁ ଯୋଗାଯୋଗ କରିବା ପରେ ସେ କହିଥିଲେ କି ନିର୍ବାଚନ ପ୍ରକ୍ରିୟା ସରିବା ପରେ ମୁଁ ଏହାର ସମାଧାନ କରାଇବାର ବ୍ୟବସ୍ଥା କରାଇବି।
tanatiସୂଚନା ମୁତାବକ ୧୮ ନମ୍ବର ଜାତୀୟ ରାଜପଥ ରୁ ଭାନୁପୁର ମଧ୍ଯରେ ଶଙ୍ଖ ସାହି,ଭାଲୁବସା ଦେଇ ବାଲକା ଓ ପଦ୍ମନାଭପୁରକୁ ଛୁଇଁ ଥିବା ମୂଖ୍ୟ ରାସ୍ତାଟି ବର୍ଷାଋତୁରେ ଆମ୍ବୁଲାନ୍ସ କିମ୍ବା ଦମକଳ ତ ଦୂରର କଥା ମଟରସାଇକେଲ ବା ସାଇକେଲ  ମଧ୍ୟ ଯାଇ ପାରେ ନାହିଁ। ଏହି ରାସ୍ତା ପାଇଁ  ଭାନୁପୁର ପ୍ରାଥମିକ ବିଦ୍ୟାଳୟ ଠାରୁ ଭଗା ଘର ପର୍ଯ୍ୟନ୍ତ ୨୦୨୦/୨୧ ବର୍ଷରେ ମନରେଗାରୁ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା। ଉକ୍ତ ପଞ୍ଚାୟତର ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଏହି ରାସ୍ତା ବାବଦରେ ୬୦/୭୦ ହଜାର ଟଙ୍କାର କାମ କରି ସମ୍ପୂର୍ଣ୍ଣ ବିଲ୍ କରାଇ ନେଇଥିବା ଗ୍ରାମବାସୀଙ୍କ ଦ୍ଵାରା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଣି  ଗ୍ରାମବସୀ ମାନେ  ମୟୂରଭଞ୍ଜ ଜିଲ୍ଲାପାଳ ଓ ପି.ଡି.ଙ୍କୁ ଏକ ଲଖିତ ଆକାରରେ ଜଣାଇଥିଲେ । ଅଭିଯୋଗର  କିଛି ଦିନ ପରେ ଉକ୍ତ ରାସ୍ତା ବିଷୟରେ  ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଓ ପି.ଡି  ବେତନଟୀ ବ୍ଲକ ଅଧିକାରୀଙ୍କୁ ୯ ସେପ୍ଟେଟେମ୍ବର ୨୦୨୧ ରେ ଏକ ଚିଠି ପଠାଇଥିଲେ। ଆଦ୍ୟାବଧି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାରୁ ଗ୍ରାମବାସୀଙ୍କ କ୍ଷୋଭ ପ୍ରକାଶ ପାଇବା ଯୋଗୁଁ  ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
Leave A Reply