ଭୁବନେଶ୍ବର : ଭୁବନେଶ୍ବରରେ ଶନିବାର ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।
ଘରୋଇ ସଙ୍ଗରୋଧରୁ ଚିହ୍ନଟ ୬୨ଜଣଙ୍କ ଭିତରୁ ହଂସପାଳର ଜଣେ ଯୁବକ, ଆଇଗିଣିଆରୁ ୯ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ନିଳାଦ୍ରୀ ବିହାରରୁ ୪ ଜଣ, ନୂଆପଲ୍ଲୀରୁ ଜଣେ ମହିଳାଙ୍କ ସମେତ ୨ ଜଣ, ଖଣ୍ଡଗିରିରୁ ଜଣେ, ଡୁମ୍ଡୁମାରୁ ଜଣେ ଏକ ବେସରକାରୀ ହସ୍ପିଟାଲ୍ରୁ ଜଣେ ମହିଳା, ରସୁଲଗଡ଼ରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ଖଣ୍ଡଗିରିରୁ ଜଣେ, ବରଗଡ଼ ବ୍ରିଟ୍ କଲୋନୀରୁ ଜଣେ, ଜଣେ ମହିଳା ସମେତ ମୈତ୍ରୀ ବିହାରରୁ ୨ ଜଣ, ଆଖଣ୍ଡଳମଣିତ ବସ୍ତିରୁ ୨ ଜଣ, ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ରୁ ଜଣେ ଓ ନୀଳମାଧବ ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅଶୋକ ନଗରରୁ ଜଣେ ମହିଳା, ଡୁମ୍ଡୁମାରୁ ଜଣେ ମହିଳା ସମେତ ୩ ଜଣ, ପଳାଶପଲ୍ଲୀରୁ ଜଣେ, ହଳଦୀପଡ଼ାରୁ ଜଣେ, ଆଇଆର୍ସି ଭିଲେଜ୍ରୁ ୩ ମହିଳା ସମେତ ୬ ଜଣ, ମଞ୍ଚେଶ୍ବରରୁ ୨ ମହିଳା, ଝାରପଡ଼ାରୁ ଜଣେ, ରାଜମହଲ କନ୍ଷ୍ଟ୍ରକ୍ସନ କମ୍ପାନିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ, ଚନ୍ଦ୍ରଶେଖରପୁରରୁ ଜଣେ, ଅନ୍ୟ ଏକ ବେସରକାରୀ ହସ୍ପିଟାଲ୍ରୁ ଜଣେ, ଡୁମ୍ଡୁମା ସଂଗରୋଧ କେନ୍ଦ୍ରରୁ ୫ ଜଣ, ଶାସ୍ତ୍ରୀ ନଗରରୁ ଜଣେ, ନୂଆପଲ୍ଳୀରୁ ଜଣେ, ଓଲ୍ଡ ଟାଉନ୍ରୁ ଜଣେ, ୟୁନିଟ୍-୬ରୁ ଜଣେ, ଜଣେ ରେଳବାଇ କର୍ମଚାରୀ ମଧ୍ୟ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବରରୁ ଚିହ୍ନଟ ୪୯ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଜୟଦେବ ବିହାରରୁ ଜଣେ, ସାଲିଆସାହିରୁ ଜଣେ, ଆଖଣ୍ଡଳମଣି ବସ୍ତିରୁ ଜଣେ, ବମିଖାଲରୁ ଜଣେ, ପଥରବନ୍ଧ ବସ୍ତିରୁ ଜଣେ, ଗଙ୍ଗାନଗରରୁ ଜଣେ, ପାଣ୍ଡରାରୁ ୩ ଜଣ ମହିଳା, ୟୁନିଟ-୬ରୁ ୨ ଜଣ, ୟୁନିଟ୍-୪ରୁ ଜଣେ, ଭରତପୁରରୁ ଜଣେ, ଆଇଆର୍ସି ଭିଲେଜରୁ ୪, ଭୋଇନଗରରୁ ଜଣେ, ପୁଲିସ୍ ଏକାଡେମିରୁ ୨ ଜଣ, ଫ୍ୟାୟାର ଷ୍ଟେସନ ବସ୍ତିରୁ ଜଣେ, ଏକ କେନ୍ଦ୍ର ସରକାରୀ ହସ୍ପିଟାଲ୍ରୁ ୨ ଜଣ, ଚକେଇସେଣିରୁ ଜଣେ, ବାଣୀବିହାରୁ ଜଣେ, ଖାରବେଳନଗରରୁ ଜଣେ ଓ ସିଜୁଆରୁ ଜଣେ ମହିଳା ଅଛନ୍ତି। ଏଥିସହ ୟୁନିଟ-୧ରୁ ୨ ମହିଳାଙ୍କ ସମେତ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ପାହାଳରୁ ଜଣେ, ପାଇକନଗରରୁ ଜଣେ, ଘଟିକିଆରୁ ଜଣେ, ସିଆର୍ପି ସ୍କ୍ବାୟାରରୁ ଜଣେ, ଜୟଦୁର୍ଗାନଗରରୁ ଜଣେ, ସୁନ୍ଦରପଦାରୁ ଜଣେ, ଝାରପଡ଼ାରୁ ଜଣେ ମହିଳା, ଜାଗମରାରୁ ଜଣେ ମହିଳା, କଳ୍ପନାରୁ ଜଣେ, ଭରତପୁରରୁ ଜଣେ, ବରମୁଣ୍ଡାରୁ ଜଣେ , ଖଣ୍ଡଗିରିରୁ ଜଣେ, ଶୈଳସୀ ବିହାରରୁ ଜଣେ, ଜଣେ କମିସନରେଟ ପୁଲିସ୍ କର୍ମୀ, ବରଗଡ଼ ବ୍ରିଟ୍ କଲୋନିରୁ ଜଣେ, ନ୍ୟୁ ଫରେଷ୍ଟ୍ ପାର୍କ କଲୋନୀରୁ ଜଣେ ଓ ମାଆ ମଙ୍ଗଳା ବସ୍ତିରୁ ଜଣେ ସ୍ଥାନୀୟ ସଂକ୍ରମଣ ଅଛନ୍ତି।
