Odisha news

ଅମୃତ ଯୋଜନାରେ ଆଧୁନିକ ଭିତ୍ତିଭୂମି : ଉତ୍ତର ଓଡ଼ିଶାର ରେଳ ଷ୍ଟେସନଗୁଡ଼ିକରେ ବିପ୍ଳବ ଆଣିବ

0

ଭୁବନେଶ୍ୱର, ୦୬.୦୪.୨୦୨୫ : ଭାରତୀୟ ରେଳ ଏହାର ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଓଡ଼ିଶାର ଉତ୍ତର ଭାଗରେ ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ କରୁଅଛି । ଏହି ପୁନର୍ବିକାଶ ଲକ୍ଷ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ ସୁବିଧା ସହିତ ପରିବର୍ତ୍ତନ କରିବା, ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ।

ଏହି ପୁନର୍ବିକାଶ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀ ମାନଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜ୍ୟିକ ଅଭିବୃଦ୍ଧିକୁ ସମର୍ଥନ କରିବା କ୍ଷେତ୍ରରେ ସୁଗମ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି । ଏହା ଦ୍ୱାରା ଓଡ଼ିଶାର ଉତ୍ତର ଅଞ୍ଚଳର ମନୋନୀତ ଷ୍ଟେସନଗୁଡ଼ିକରେ ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଭାରତୀୟ ରେଳ ନେଟୱର୍କକୁ ଆଧୁନିକୀକରଣ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଦକ୍ଷ ଏବଂ ଉପଯୋଗୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଚାଲିଥିବା ପ୍ରୟାସ ସହିତ ସମନ୍ୱୟରେ ଉଭା ହୋଇଛି ।

ପୁନର୍ବିକାଶର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ:

  • ଆଧୁନିକଭିତ୍ତିଭୂମି: ଷ୍ଟେସନଗୁଡ଼ିକରେ ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡ ରହିବ, ଯାହା ସମସ୍ତ ଯାତ୍ରୀଙ୍କ ପାଇଁ ସୁବିଧା ଏବଂ ଆରାମଦାୟକ ରେଳ ସେବା ସୁନିଶ୍ଚିତ କରିବ ।
  • ବର୍ଦ୍ଧିତସୁଗମତା: ଷ୍ଟେସନ ପୁନର୍ବିକାଶ କାର୍ଯ୍ୟଦ୍ୱାରା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଯାତ୍ରୀ ଏବଂ ପିଲା ମାନଙ୍କ ସହ ପରିବାରବର୍ଗଙ୍କ ସହ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ସୁଗମତାକୁ ଉନ୍ନତ କରିବା ପାଇଁ ଲିଫ୍ଟ ଏବଂ ଏସ୍କେଲେଟର ସହିତ ଫୁଟ ଓଭର ବ୍ରିଜ (ଏଫଓବି) ଅନ୍ତର୍ଭୁକ୍ତ ହେବ।
  • ସ୍ଥାୟୀଏବଂ ପରିବେଶଅନୁକୂଳ ଡିଜାଇନ୍: ସ୍ଥାୟୀ ବିକାଶ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତା ସହିତ ଷ୍ଟେସନଗୁଡ଼ିକ ସବୁଜ ନିର୍ମାଣ ନୀତି ଗ୍ରହଣ କରିବା ସହ ନବୀକରଣୀୟ ଶକ୍ତି ସମାଧାନ, ଜଳ ସଂରକ୍ଷଣ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ସମନ୍ୱିତ କରୁଅଛି ।
  • ପରିସରରେଉନ୍ନତ ଚଳପ୍ରଚଳ (ସର୍କୁଲେଟିଂଅଞ୍ଚଳ: ଏହି ପୁନର୍ବିକାଶ ମାଧ୍ୟମରେ, ଷ୍ଟେସନ ସର୍କୁଲେଟିଂ ଅଞ୍ଚଳରେ ଉନ୍ନତି ଆଣିବାର ଯୋଜନା କରାଯାଇଛି ଯେଉଁଥିରେ ଡ୍ରପ୍-ଇନ୍ ଏବଂ ଡ୍ରପ୍-ଆଉଟ୍ ଲେନ୍ ସହିତ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଅନ୍ତର୍ଭୁକ୍ତ ହେବ ।
  • ଅତ୍ୟାଧୁନିକଯାତ୍ରୀ ସୁବିଧା: ୱାଇ-ଫାଇ, ଡିଜିଟାଲ୍ ଡିସପ୍ଲେ, ସହ ଉନ୍ନତ ସୁରକ୍ଷା ବ୍ୟବସ୍ଥା, ଉନ୍ନତ କ୍ୟାଟରିଂ ସେବା ଏବଂ ଆଧୁନିକ ପ୍ରତୀକ୍ଷା ଲାଉଞ୍ଜ ଭଳି ସୁବିଧା ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ।
  • ଆର୍ଥିକଅଭିବୃଦ୍ଧି: ଏହି ପୁନର୍ବିକାଶ ପ୍ରକଳ୍ପର ଲକ୍ଷ୍ୟ ହେଉଛି ପର୍ଯ୍ୟଟନକୁ ବୃଦ୍ଧି କରିବା, ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ।

ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧ ଭୂଦୃଶ୍ୟ ସହିତ ଉତ୍ତର ଓଡ଼ିଶା ଅଞ୍ଚଳ ଏହି ଉନ୍ନୟନରୁ ଯଥେଷ୍ଟ ଲାଭବାନ ହେବ । ରାଇରଙ୍ଗପୁର, ବାରିପଦା ଏବଂ କେଉଁଝର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ରେଳ ଷ୍ଟେସନଗୁଡ଼ିକ ଖୁବ୍‌ଶୀଘ୍ର ଉନ୍ନତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବେ ଯାହା ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳର ବିଶାଳ ଐତିହ୍ୟ ଏବଂ ପରିବେଶ-ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ସହଜ କରିବ ।

ଭାରତୀୟ ରେଳବାଇ ଏହି ପ୍ରକଳ୍ପଗୁଡ଼ିକର ସମୟସୀମା ସମାପ୍ତି ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ପର୍ଯ୍ୟାୟକ୍ରମେ ଏଗୁଡିକର ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଅଛି । ଏହି ପୁନର୍ବିକାଶ ପ୍ରକଳ୍ପ ଆଗାମୀ କିଛି ବର୍ଷରେ ସମାପ୍ତ ହେବାର ଆଶା କରାଯାଉଛି ।

Leave A Reply