Odisha news

ପୁଣି ଲଘୁଚାପ : 5 ଦିନ ବର୍ଷିବ , 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା : ଜିଲ୍ଲାପାଳଙ୍କୁ ଆଲର୍ଟ , 14 ଜିଲ୍ଲାରେ ପ୍ରବଳ ବର୍ଷା

0

ଭୁବନେଶ୍ୱର : ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରଜିଛି  I  ଏହାର ପ୍ରଭାବରେ ଆଗାମୀ 5 ଦିନ ଯାଏ ବର୍ଷା ଜାରି ରହିବ I 5 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I 14 ଜିଲ୍ଲାରେ ପ୍ରବଳ ବର୍ଷା ହେବ I ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି I

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଲଘୁଚାପ ଆହୁରି ଉଗ୍ର ହେବାରୁ ବର୍ଷା ଜାରି ରହିଛି I ଏହାର ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ  I ପବନର ବେଗ ଘଣ୍ଟା ପ୍ରତି 45ରୁ 55 କିମି ରହିବ  I ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଭିତ୍ତିରେ ସ୍ତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ପ୍ରଦୀପ ଜେନା କହିଥିଲେ, ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମକୁ ସଜାଗ ରହିବାକୁ ହେବ I
ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି  I ସେ କହିଥିଲେ, ପାଣିପାଗ ବିଭାଗ କହିବାନୁସାରେ  ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରଜିଛି  I  ଏହାର ପ୍ରଭାବରେ ଆଗାମୀ 5 ଦିନ ଯାଏ ବର୍ଷା ଜାରି ରହିବ 14 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I ଅରେଞ୍ଜ ୱାର୍ଣ୍ଣିଙ୍ଗ ଥିବା ସେଇ 5 ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ବଲାଙ୍ଗୀର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜ I ସେହିପରି
14 ଜିଲ୍ଲାରେ ପ୍ରବଳ ବର୍ଷା ହେବ I କନ୍ଧମାଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର,ଅନଗୁଳ, ଯାଜପୁର, ଭଦ୍ରକ, ସମ୍ବଲପୁର, ନୟାଗଡ, ପୁରୀ  ଓ ଢେଙ୍କାନାଳ I ଏସବୁ ଜିଲ୍ଲାରେ ବଡ଼  ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି I  ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀମାନେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି I
Leave A Reply