Odisha news

ଦେଶର ସୁରକ୍ଷା ରେ ମୁତୟନ ହୋଇଥିବା ସେନା କାହିଁକି ମାନସିକ ଉତେଜନା ର ହେଉଛନ୍ତି ସମୁଖୀନ

0

ସେନାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ଉତେଜନା ନିକଟରେ ,ମଣିପୁର ରେ ହୋଇଥିବା ଗୋଟିଏ ଘଟଣାକୁ ଆଉଥରେ ଉଜାଗର କରିଛି, ଗୁରୁବାର ଦିନ ମଣିପୁର ରେ ଦୁଇ ସାଥି ଯବାନ ଙ୍କର ଗୁଳି ମାରି ହତ୍ୟା କରିବା ପରେ CRPF ଯବାନ ହାବିଲଦାର ସଞ୍ଜୟ କୁମାର ନିଜକୁ ଗୁଳି ମାରିଥିଲେ, ଏହି ଘଟଣା ପରେ ଆଉଥରେ ସୈନ୍ୟ ମାନଙ୍କର ମାନସିକ ସ୍ୱାସ୍ଥ୍ୟ କୁ ଦର୍ଶାଇଛି , ଯାହାକୁ ନେଇ BSF ର ପୂର୍ବ ମହାନିରୀକ୍ଷକ ବିଏନ ଶର୍ମା ସୁରକ୍ଷା କର୍ମୀ ଙ୍କର ମାନସିକ ଉତେଜନା କୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି, ଏହା ପଛରେ ସେ କାମ ର ଚାପ କିମ୍ବା ପାରିବାରିକ ଉତେଜନା କୁ ଦର୍ଶା ଯାଇଛି l

ସେ କହିଛନ୍ତି ସମୟେ ସମୟେ ସୈନ୍ୟ ମାନଙ୍କୁ ତାଙ୍କ ପରିବାର ସଂସ୍ପର୍ଶ ରେ ରହିବା ଜରୁରୀ, ଯାହା ତାଙ୍କୁ ଗୋଟିଏ ମନୋବଳ ଦେବ l ଯାହାର ବ୍ୟବସ୍ଥା ସରକାର ନିହାତି କରିବା ଆବଶ୍ୟକ l ଯଦି ସେନା ଙ୍କ ମନୋବଳ ସଦୃଢ଼ ରହିବ, ତେବେ ସେମାନେ ନିଜ କୁ ସୁରକ୍ଷା ଦେବା ସହିତ ଦେଶର ସୁରକ୍ଷା କଥା ମଧ୍ୟ ଚିନ୍ତା କରିପାରିବେ l

ସବୁଠୁ ଗୁରୁତ୍ୱପୂର୍ଣ ହେଲା ସେନା ମାନଙ୍କ ର ମାନସିକ ଚାପ ହ୍ରାସ ହେବ, ନିୟମିତ ଭାବରେ ମୋଟିଭେସନଲ ସ୍ପିଚ ର ଆବଶ୍ୟକତା ରହିଛି, ଯାହାକି ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ନିଜର କର୍ମ ସହିତ ଯୋଡି ରଖିବ, ଏବଂ ଜୀବନ ର ମୂଲ୍ୟକୁ ମଧ୍ୟ ବୁଝାଇ ଦେବ l ଏବଂ ସେମାନେ ଅଧିକ କର୍ତବ୍ୟ ନିଷ୍ଠା ମଧ୍ୟ ହେବା ପାଇଁ ନିଜ କର୍ତବ୍ୟ କୁ ଗୁରୁତ୍ୱ ଦେବେ l

Leave A Reply