ଦେଶରେ ବୃଦ୍ଧି ପାଉଥିବା ଅଣସଂକ୍ରାମକ ରୋଗର ଭାରକୁ ଦୃଷ୍ଟିରେ ରଖି, ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଶେଷ ଅଣସଂକ୍ରାମକ ରୋଗ ପରୀକ୍ଷଣ ଅଭିଯାନ ଆରମ୍ଭ
ଫେବୃଆରି ୨୦ ରୁ ମାର୍ଚ୍ଚ ୩୧ ତାରିଖ ୨୦୨୫ ପର୍ୟ୍ୟନ୍ତ ଚାଲିବ ଏହି ପରୀକ୍ଷଣ ଅଭିଯାନରେ ମଧୁମେହ, ଉଚ୍ଚ ରକ୍ତଚାପ, ଏବଂ ତିନିଟି ସାଧାରଣ କର୍କଟ - ମୁଖ, ସ୍ତନ ଏବଂ ଜରାୟୁ କର୍କଟ ଅନ୍ତର୍ଭୁକ୍ତ।
By Suvendra Pattanaik : ଏହି ଅଭିଯାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ କାର୍ୟ୍ୟାନ୍ୱିତ ହେବ, ଯାହା ଅଣସଂକ୍ରାମକ ରୋଗ ନିରୋଧ ଏବଂ ନିୟନ୍ତ୍ରଣ ନିମନ୍ତେ ଜାତୀୟ କାର୍ୟ୍ୟକ୍ରମ (ଘଚ-ଘଉଊ) ଅଧୀନରେ ରହିବ।
ଅଭିଯାନର ମୁଖ୍ୟ ଆକର୍ଷଣୀଗୁଡିକ ହେଉଛି :
ଘର ଘର ବୁଲି ପ୍ରଚାର: ତାଲିମପ୍ରାପ୍ତ ଆଶାକର୍ମୀ, ଏଏନ୍ଏମ୍ ଏବଂ ଆଗଧାଡ଼ିର କର୍ମୀମାନେ ପରୀକ୍ଷଣ ବୃଦ୍ଧି ନିଶ୍ଚିତ କରିବା ପାଇଁ ପରିଦର୍ଶନ କରିବେ, ଘରେ ଘରେ ଲେକାମାନଙ୍କ ନିକଟରେ ପହଞ୍ଚିବେ
ଅତ୍ୟାବଶ୍ୟକ ଯୋଗାଣ: ରାଜ୍ୟର ସମସ୍ତ ସ୍ଵାସ୍ଥ୍ୟ ସେବାକେନ୍ଦ୍ରରେ ରକ୍ତଚାପ ମାପକ ଯନ୍ତ୍ର, ଗ୍ଲୁକୋମିଟର ଏବଂ ଆବଶ୍ୟକ ଔଷଧ ସମେତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଉପଲବ୍ଧତାକୁ ନିଶ୍ଚିତ କରିବେ
ବାସ୍ତବ ସମୟ ପରୀକ୍ଷଣ :ପରୀକ୍ଷଣ, ଚିକିତ୍ସା ଏବଂ ଅନୁସରଣ ସମ୍ବନ୍ଧୀୟ ତଥ୍ୟ ପ୍ରତିଦିନ ଏନପି- ଏନସିଡି ପୋର୍ଟାଲରେ ଅପଲୋଡ୍ କରାଯିବ, ଯାହା ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ଵକୁ ସୁନିଶ୍ଚିତ କରିବ।
ବହୁସ୍ତରୀୟ ସମନ୍ଵୟ: ଅଭିଯାନର ନିରବଚ୍ଛିନ୍ନ କାର୍ୟ୍ୟକାରିତାକୁ ସୁଗମ କରିବା ପାଇଁ ବିଭିନ୍ନ କେନ୍ଦ୍ରରେ, ବ୍ଲକ, ଜିଲ୍ଲାସ୍ତରରେ ଅଧିକାରୀଙ୍କୁ ନିଯୁକ୍ତ କରାଯିବଜ୍ଝ
ଦୈନିକ ପ୍ରଗତି ସମୀକ୍ଷା: ସମସ୍ତ ୩୦ଟି ଜିଲ୍ଲା ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟ ଏନସିଡି ସେଲ୍କୁ ଅପଡେଟ ପ୍ରଦାନ କରିବେ, ଯାହା ଦ୍ଵାରା ନିରନ୍ତର ନିରୀକ୍ଷଣ ଏବଂ ବୈଷୟିକ ସହାୟତା ମିଳିବ।
ଯତ୍ନ ସହିତ ଉନ୍ନତ ସଂଯୋଗ: ସଂରଚିତ ଚିକିତ୍ସା ଏବଂ ଅନୁସରଣ ପ୍ରୋଟୋକଲ ସ୍ଥାପନ କରି, ଏହି ଅଭିଯାନ ଅଣସଂକ୍ରମକ ରୋଗ ସହ ଜଡିତ ଜଟିଳତାକୁ ହ୍ରାସ କରିବାକୁ ଚେଷ୍ଟା କରିବ।
ଉନ୍ନତ ସ୍ୱାସ୍ଥ୍ୟ ଫଳାଫଳ: ଏହି ପଦକ୍ଷେପ ରାଜ୍ୟବ୍ୟାପୀ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବ ଏବଂ ଜୀବନର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
ଉତ୍ତମ ସ୍ୱାସ୍ଥ୍ୟ ଫଳାଫଳ: ଏହି ପଦକ୍ଷେପ ସାରା ଦେଶରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବ ଏବଂ ସମଗ୍ର ଦେଶରେ
ବ୍ୟକ୍ତିବିଶେଷଙ୍କ ଜୀବନ ଶୈଳୀକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି
ଆୟୁଷ୍ମାନ ଭାରତ ପଦକ୍ଷେପ ଅଧୀନରେ ପ୍ରତିରୋଧୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସାର୍ବଜନୀନ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ତାଙ୍କର ପ୍ରତିବଦ୍ଧତାରେ ଅଟଳ । ଏହି ସ୍ୱତନ୍ତ୍ର ଅଭିଯାନ ଏକ ସୁସ୍ଥ ଏବଂ ଅଣସଂକ୍ରମକ ରୋଗ –ମୁକ୍ତ ଓଡ଼ିଶା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ, ନାଗରିକମାନଙ୍କୁ ସେମାନଙ୍କର ସ୍ଵାସ୍ଥ୍ୟ ଏବଂ କଲ୍ୟାଣର ଦାୟିତ୍ଵ ନେବା ପାଇଁ ପ୍ରଚେଷ୍ଟା କରୁଛି।