ନଗର ପରିଷଦ ବୈଠକ ରେ ନିର୍ଣ୍ଣୟ : ହମିରପୁର ଜିଲ୍ଲା ଅନ୍ତର୍ଗତ ସୁଜନପୁର ରେ ମସଜିଦ ର ସାମ୍ନାରେ ମହାରଣା ପ୍ରତାପ ଙ୍କ ମୂର୍ତି
ବର୍ତମାନ ଏହି କଥା ଫାଇନାଲ ହୋଇ ସାରିଛି ଯେ ହିମାଚଳପ୍ରଦେଶ ର ହମିରପୁର ଜିଲ୍ଲା ଅନ୍ତର୍ଗତ ସୁଜନପୁର ରେ ମସଜିଦ ର ସାମ୍ନା ରେ ସମ୍ରାଟ ମହାରଣା ପ୍ରତାପ ଙ୍କ ମୂର୍ତି ସ୍ଥାପନା କରାଯିବ l ଏହାକୁ ନେଇ ନଗର ପରିସର ଙ୍କ ବୈଠକ ରେ ନିଷ୍ପତି ନିଆଯାଇଛି l ଏହା ସହିତ ପୂର୍ବରୁ ବିରୋଧ କରୁଥିବା ମୁସଲମାନ ସୁଧାର ସଭା ପ୍ରଶାସନ ର ଏହି ପଦକ୍ଷେପ କୁ ସ୍ୱାଗତ କରିଛି, ମିଳିଥିବା ଖବର ଅନୁସାରେ ହମିରପୁର ଜିଲ୍ଲା ର ସୁଜନ ପୁତ୍ର ର ୱାର୍ଡ 4 ରେ ମହାରଣା ପ୍ରତାପ ଙ୍କର ପ୍ରତିମୁର୍ତି ଲଗାଯିବ l
ସୁଜାନ ପୁତ୍ର ଶହର ର ମୁସଲିମ ସୁଧାର ସଭା ର ଅଧକ୍ଷ ନିଜାମୁଦିନ ଙ୍କ ମତରେ ଗୋଟିଏ ଭୁଲ ତଥ୍ୟ ଆଧାରରେ ମୂର୍ତି କୁ ବିରୋଧ କରାଯାଇଥିଲା l ପୂର୍ବରୁ ମଧ୍ୟ ଆମେ ଭାଇଚାରା ମଧ୍ୟ ରହି ଆସିଥିଲୁ l ଆମ ମଧ୍ୟରେ ଅଜ୍ଞାନତା ଭରି ରହିଥିଲା l ମାମଲା ଟି କିଛି ଏହିଭଳି ଥିଲା କି ମୁସ୍ଲିମ ସୁଧାର ସଭା ମହାରଣା ପ୍ରତାପ ଙ୍କ ମୂର୍ତି ଲଗାଯିବାକୁ ନେଇ ବିରୋଧ କରିବାକୁ ଯାଇ କହିଥିଲା ଯେ ମୂର୍ତି ଟିକୁ ଅନ୍ୟତ୍ର ଲଗାଯିବା ଜରୁରୀ ବୋଲି କହି ଆସୁଥିଲା, କିନ୍ତୁ ଏହାକୁ ମସଜିଦ ସମୁଖ ରେ ଲଗା ନଯାଉ ବୋଲି କୁହାଯାଇ ଥିଲା l ଯଦି ଏଭଳି ହୁଏ ତେବେ ଘୃଣା ଭାବନା ଉତ୍ପନ ହେବ l କିନ୍ତୁ ଏଭଳି ନହେଉ ବୋଲି ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥିଲା, କିନ୍ତୁ ସଫଳ ହୋଇ ନଥିଲା l