Odisha news

ସମ୍ବଲପୁରୀ ବାନ୍ଧକଳା ଓ ଉଦୟପୁର ମେୱାର୍‌ ର ପାରମ୍ପରିକ ହସ୍ତତନ୍ତରେ ତିଆରି ବ୍ରିଫକେସ୍ ରେ ଆଜିର ବଜେଟ୍‌

0

ଭୁବନେଶ୍ୱର: ୧୭/୦୨/୨୦୨୫ : ଆଜିର ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଧରିଥିବା ବି୍ରଫ୍‌କେସ୍‌ଟି ଥିଲା ସ୍ୱତନ୍ତ୍ର । ସମ୍ବଲପୁରୀ ଇକତ୍‌ (ବାନ୍ଧକଳା) ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ଏହି ବି୍ରଫ୍‌କେସ୍‌କୁ ପ୍ରସ୍ତୁତ କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସୁପୁତ୍ରୀ ତଥା ମେୱାର୍‌ ରାଜପରିବାରର କୂଳବଧୂ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ।
ଉଦୟପୁର ମେୱାର ଓ ବଲାଙ୍ଗିର ପାଟଣାଗଡ଼ର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପାରମ୍ପରିକ ହସ୍ତତନ୍ତର ସମିଶ୍ରଣରେ ବିଭିନ୍ନ ଉପହାର, ଅଳଙ୍କାର ବାକ୍ସ ପ୍ରସ୍ତୁତି ସଂସ୍ଥା ଭୋଟାରୀ ପକ୍ଷରୁ ଏହି ବି୍ରଫ୍‌କେସ୍‌କୁ ପ୍ରସ୍ତୁତ କରାଯାଇଛି । ଏହି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଲ୍ୟାପ୍‌ଟପ୍‌ ବ୍ୟାଗ, ଅଳଙ୍କାର ବାକ୍ସ ଓ ବି୍ରଫ୍‌କେସ୍‌ ଆଦି ପ୍ରସ୍ତୁତ କରାଯାଉଛି । ବଂଶାନୁକ୍ରମିକ ପ୍ରଥା ଅନୁଯାୟୀ କାରିଗରମାନେ ଉଭୟ ସୁଦୃଶ ଓ ସଠିକ୍‌ ଦକ୍ଷତା ଉପଯୋଗ କରି ଏହି ବି୍ରଫ୍‌କେସ୍‌ ଭଳି ପ୍ରସ୍ତୁତ କରିଥିବା ଏହି ନୂତନ ଉତ୍ପାଦ ସ୍ୱତନ୍ତ୍ରତା ବହନ କରେ । ବ୍ୟବହୃତ ପ୍ରତ୍ୟେକଟି ଉପକରଣ ନିଜ ନିଜର ଗାଥା ବଖାଣିଥାଏ । ପାରମ୍ପରିକ ବି୍ରଫ୍‌କେସ୍‌ ସହ ଚଳିତ ବର୍ଷ ବଜେଟ୍‌ ଉପସ୍ଥାପନ ନିମନ୍ତେ ସଦସ୍ୟମାନଙ୍କ ପାଇଁ ଟାବ୍‌ଲେଟ୍‌ ବ୍ୟବସ୍ଥା କରାଯାଇଛି । ପେପରଲେସ୍‌ ଏବଂ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ହାତପାଆନ୍ତାରେ ସହଜରେ ବଜେଟ୍‌ ତଥ୍ୟ ଉପଲବ୍ଧ ହେଉଛି । ଏଥି ସହ ନ୍ୟାସନାଲ୍‌ ଇ-ବିଧାନ ଆପ୍ଲିକେସନ୍‌ ମାଧ୍ୟମରେ ମଧ୍ୟ ବଜେଟ୍‌ ତଥ୍ୟ ଉପଲବ୍ଧ ହେଉଛି ।

Leave A Reply