Odisha news

ଦକ୍ଷିଣ ଆଫ୍ରିକାରେ ମାଟି ତଳେ ଶ୍ରମିକ ମାନେ ଜୀବନ ଧାରଣ ପାଇଁ ଖାଇଲେ ମଣିଷ ମାଂସ , ସାରା ବିଶ୍ୱ କରୁଛି ଛି ଛି …

0

ଦକ୍ଷିଣ ଆଫ୍ରିକାରେ ଭୂମି ତଳ ସୁନା ଖଣି ରେ ଫସି ରହିଥିବା ଶ୍ରମିକ ଙ୍କ କାହାଣୀ ଶୁଣି ସାରା ବିଶ୍ୱ ସ୍ତବ୍ଦ , ବଫେଲ୍ସଫାଓ ଣ୍ଟନ ଗୋଲ୍ଡ ମାଇନ ନାମକ ଖଣି ରେ ଅବୈଧ ଶ୍ରମିକ ଗତବର୍ଷ ପୋଲିସ ସହିତ ଯାଇଥିବା ସମୟ ରେ ବନ୍ଦ ହୋଇଯାଇ ଥିଲେ, ମାଟି ତଳର ଗୋଟିଏ ମାଇଲ ତଳେ ଫସି ରହିଥିବା ଏହି ଶ୍ରମିକ ମାନଙ୍କୁ ନିକଟରେ ବାହାର କରାଯାଇଛି, ବାହାରକୁ ବାହାରିବା ପରେ ସେମାନେ ଯାହା କହିଛନ୍ତି ସାରା ବିଶ୍ୱ ଏହା ଶୁଣି ସ୍ତଂଵିଭୂତ ହୋଇଯାଇଛି l ଦି ଟେଲିଗ୍ରାଫ ର ଛପି ଥିବା ଖବର ଅନୁସାରେ ଜୀବନ୍ତ ଲୋକଙ୍କୁ ମଜବୁରି ରେ ଜଣେ ଆଉ ଜଣଙ୍କୁ ଖାଇ ବଂଚିଥିଲା l କାହିଁକି ନା ଅଧିକାରୀ ମାନେ ସେମାନଙ୍କ ଭୋଜନ ର ଆପୁର୍ତ୍ତି ବନ୍ଦ କରି ଦେଇଥିଲେ, ଦୁଇ ଜୀବନ୍ତ ଲୋକ ଯିଏକି ମାଟି ତଳୁ ଉଦ୍ଧାର ହୋଇଛନ୍ତି ସେମାନଙ୍କ କଥା ଶୁଣିଲେ ଲୋମ ମୂଳ ଟାଙ୍କୁରୀ ଉଠୁଛି l

ଜୀବନ୍ତ ଶ୍ରମିକ ଙ୍କ ମତରେ ସେମାନେ ଜୀବନ ବଞ୍ଚାଇବା ପାଇଁ ଗୋଡ଼, ହାତ ଇତ୍ୟାଦି ଖାଇଥିଲେ, ସେମାନେ ଭାବି ନେଇଥିଲେ ଯେ ଜୀବନ ବଞ୍ଚାଇବା ପାଇଁ ଏହା କରିବାକୁ ପଡିବ l ଦକ୍ଷିଣ ଆଫ୍ରିକା ସରକାର ଅବୈଧ ଖନନ ର ପ୍ରବେଶ ଦ୍ୱାରକୁ ଘେରିଯିବା ପରେ ଏହାପରେ ୨ ହଜାର ଶ୍ରମିକ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ଶହଶହ ଶ୍ରମିକ ମାଟି ତଳେ ରହି ଯାଇଥିଲେ l ଏହାପରେ ପୋଲିସ ଭୋଜନ ଓ ପାଣି ଯୋଗାଇବା ବନ୍ଦ କରିଦେଇ ଥିଲା l ଯାହାଦ୍ୱାରା ସେମାନେ ଶେଷ ଶ୍ରମିକ କୁ ମାଟି ତଳୁ ବାହାର କରିପାରିବେ l

ଏହାପରେ ଗତ ସପ୍ତାହ ରେ ୩୨୪ ଶ୍ରମିକ ମାଟି ତଳୁ ବାହାରି ଥିଲେ, ଯେଉଁ ମାନଙ୍କ ମଧ୍ୟରୁ ୭୮ ଜଣଙ୍କର ମୃତ୍ୟୁ ହୋଇଗଲା, ସେମାନେ ମୃତ୍ୟୁ ପୂର୍ବରୁ କହିଥିଲେ ଜୀବନ ଜିଇଁବା ପାଇଁ ମାଟି ତଳର ଖାଦ୍ୟ ସହିତ ଅନ୍ୟର ମାଂସ ମଧ୍ୟ ଖାଇଥିଲେ l

ବଫେଲ୍ସଫାଓ ଣ୍ଟନ ଗୋଲ୍ଡ ମାଇନ ରେ ଶ୍ରମିକ ଙ୍କ ମୃତ୍ୟୁ ପରେ କଡା ସମାଲୋଚନା କରାଯାଉଛି l  ଏବଂ ସାରା ବିଶ୍ୱ ଦକ୍ଷିଣ ଆଫ୍ରିକା କୁ ନିନ୍ଦା କରୁଛି l

Leave A Reply