ଭୁବନେଶ୍ଵର(Suvendra Pattanaik) : ଓଡ଼ିଶା ଉଠା ଜଳସେଚନ ନିଗମର ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡାଇରେକ୍ଟର୍ସ ) ବୈଠକ ୨୪ ତାରିଖ ଶୁକ୍ରବାର ଉନ୍ନୟନ କମିଶନରଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବୈଠକରେ ଓଏଲଆଇସିର ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ବୈଠକରେ ଆଲୋଚନା ପୂର୍ବକ ପରିଷଦ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି କ୍ଷ କନ୍ଧମାଳ ଜିଲ୍ଲାରେ ୫୦୦ ଟି, ମୟୂରଭଞ୍ଜ ଜିଲ୍ଲାରେ ୬୦୦ ଟି, ଦେବଗଡ଼ ଜିଲ୍ଲାରେ ୩୦୦ଟି , କୋରାପୁଟ ଜିଲ୍ଲାରେ ୭୦୦ ଟି , ନବରଙ୍ଗପୁର ଜିଲ୍ଲାରେ ୧୦୦୦ ଟି ଏବଂ ନୂଆପଡ଼ା ଜିଲ୍ଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଛି। ଏଥି ସହିତ ମଞ୍ଜୁରୀପ୍ରାପ୍ତ ଖାଲି ପଦବୀରେ ୨୬୧ ଟି ବୈଷୟିକ ଓ ଅଣ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ ସହ ନିଗମର ନିୟମିତ କର୍ମଚାରୀଙ୍କ ସପକ୍ଷରେ ଅତିରିକ୍ତ ୪% ମହଙ୍ଗା ଭତ୍ତା (ଡିଏ)କୁ ମଧ୍ୟ ବୋର୍ଡ ଅନୁମୋଦନ କରିଥିବା ବୈଠକରୁ ଜଣାଯାଇଛି ।
ପଠାଣି ରାଉତ ସୂଚନା ଅଧିକାରୀ