Odisha news

ଓଡିଶା ର ୨୪ ଗୋଟି ତଟବର୍ତ୍ତୀ ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀ କୁ ଆଇଓସି-ୟୁନେସ୍କୋ ଦ୍ଵାରା ସୁନାମି ପ୍ରସ୍ତୁତି ଗୋଷ୍ଠୀ ର ମାନ୍ୟତା

0

ଓଡିଶା ର ଛଅ ଗୋଟି ତଟବର୍ତ୍ତୀ ଜିଲ୍ଲାର (ବାଲେଶ୍ଵର, ଭଦ୍ରକ,କେନ୍ଦ୍ରପଡା,ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ) ୨୪ ଗୋଟି ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀ କୁ ଆଇଓସି-ୟୁନେସ୍କୋ ଦ୍ଵାରା ସୁନାମି ପ୍ରସ୍ତୁତ ଗ୍ରାମ ର ମାନ୍ୟତା ପ୍ରଦାନ କରାଯାଇଅଛି। ଏହି ମାନ୍ୟତା ଇଣ୍ଡୋନେସିଆ ଠାରେ ଚଳିତ ନଭେମ୍ବର ୧୧ ତାରିଖ ଦିନ ଅନୁଷ୍ଠିତ ଦ୍ଵିତୀୟ ବିଶ୍ଵ ସୁନାମୀ ସିମ୍ପୋଜିୟମ ଅବସରରେ ପ୍ରଦାନ କରାଯାଇଅଛି। ଆହୁରି ମଧ୍ୟ ଆଇଓସି-ୟୁନେସ୍କୋ ଦ୍ଵାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମ ର ମାନ୍ୟତା ପାଇଥିବା ଓଡିଶା ର ଦୁଇଗୋଟି ଗ୍ରାମର (ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାଇପୁର) ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ର ର ନବୀକରଣ କରାଯାଇଛି।
ଆଇଓସି-ୟୁନେସ୍କୋ ର “ସୁନାମି ପ୍ରସ୍ତୁତି ମାନ୍ୟତା କାର୍ୟ୍ୟକ୍ରମ” କୁ ଓଡିଶା ର ଏହି ତଟବର୍ତ୍ତୀ ୨୪ ଗୋଟି ଗ୍ରାମ (ବାଲେଶ୍ଵର-ଜଗନ୍ନାଥପୁର, ଜୟଦେବକସବାପାହି, ସାହାପୁର, କନ୍ୟାନଗରୀ, ଭଦ୍ରକ-ମୋହନପୁର, ଅଢୁଆଁ, ବଡହାବେଳିସାହି, ସାନକୃଷ୍ଣପୁର, କେନ୍ଦ୍ର।ପଡା- କଇଥ, ଚିଞ୍ଚିରୀ, ତନ୍ତିଆପାଳଶାସନ, କଣ୍ଟିଲୋ, ଜଗତସିଂହପୁର – ବଘେଇପୁର, ଧନୁହରବେଲାରୀ, ସାହାଡାବେଦୀ, ଭୂୟାଁପାଳ, ପୁରୀ-କେଉଟଜଙ୍ଗା, ନରସିଂହପାଟଣ।, ଖାଲକଟାପାଟଣ।, ଛୋଟିପଡା, ଗଞ୍ଜାମ-ଉପୁଲ।ପୁଟ୍ଟି, ପ୍ରୟାଗି, କଣ୍ଟିଆଗଡ, ମାର୍କଣ୍ଡି) ରେ କାର୍ୟ୍ୟକରୀ କରାଯାଇଥିଲା।
“ସୁନାମି ପ୍ରସ୍ତୁତି ମାନ୍ୟତା କାର୍ୟ୍ୟକ୍ରମ” ର ୧୨ ଟି ସୂଚକାଙ୍କ ଅନୁସାରେ ଏହି ୨୬ ଟି ଗ୍ରାମ ଗୁଡିକ ରେ ବିଭିନ୍ନ କାର୍ୟ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମି ସଚେତନତା କାର୍ୟ୍ୟକ୍ରମ, ବିଭିନ୍ନ ଅଂଶୀଦାର ମାନଙ୍କର ଦକ୍ଷତା ବିକାଶ କାର୍ୟ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ, ପୋଷ୍ଟର ର ବିତରଣ, ସୁନାମି ପରିଚାଳନା ଯୋଜନା ର ପ୍ରସ୍ତୁତି, ସୁନାମି ମକ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହୋର୍ଡିଂସ ଏବଂ ସ୍ଥାନାନ୍ତରଣ ସାଇନେଜ ର ପ୍ରସ୍ତୁତି ଇତ୍ୟାଦି କାର୍ୟ୍ୟକ୍ରମ ମାନ କର।ଯାଇଥିଲା।
ଗତ ସେପ୍ଟେମ୍ବର ମାସରେ ଜାତୀୟ ସୁନାମି ପ୍ରସ୍ତୁତ ପରିଷଦ ର ସଦସ୍ୟ ମାନେ ଏହି ୨୬ଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକ।ଙ୍କୁ ର ପରୀକ୍ଷା କରିଥିଲେ ଏବଂ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମ ର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କୋ କୁ ସୁପାରିଶ କରିଥିଲେ।
ଏହି ମାନ୍ୟତା ପ୍ରମାଣ ପତ୍ର ଗୁଡିକ ୟୁନେସ୍କୋ ର ସହକାରୀ ସାଧାରଣ ନିର୍ଦ୍ଦେଶକ ବିଦାର ହେଲଗେସେନ, ଭାରତ କୁ ପ୍ରତିନିଧିତ୍ଵ କରୁଥିବା ଇନକଏସ ର ବୈଜ୍ଞାନିକ ଶ୍ରୀ ଇ ପଟ୍ଟାଭି ରାମା ରାଓଙ୍କୁ ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵ ସୁନାମୀ ସିମ୍ପୋଜିୟମ ଅବସରରେ ପ୍ରଦାନ କରିଥିଲେ।
ଓଡିଶା ର ୩୮୧ ଟି ଗ୍ରାମ ଏବଂ ଜନବସତି ସୁନାମୀ ପ୍ରବଣ ଅଟନ୍ତି। ଏହି ସବୁ ଗ୍ରାମ ଏବଂ ଜନବସତି ର ଗୋଷ୍ଠୀଙ୍କୁ ସମୟ କ୍ରମେ ସୁନାମୀ ପ୍ରସ୍ତୁତ କରିବା ହେଉଛି ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର ଲକ୍ଷ୍ୟ।

Leave A Reply