Odisha news

ମାନ୍ୟବର ଉଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶରେ ଖଣ୍ଡଗିରି ପାହାଡରେ ବେଆଇନ ଦଖଲ ହଟାଇବା ସମ୍ପର୍କେ ବୈଠକ।

0

ଭୁବନେଶ୍ୱର ତା 03.10.2024ରିଖ: ଏକ ରିଟ ପିଟିସନ କେସ କୁ ଭିତ୍ତି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶ ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ପତ୍ର ଅନୁଯାୟୀ ଖଣ୍ଡଗିରି ପାହାଡରେ ବେଆଇନ ଦଖଲ ହଟାଇବା ସମ୍ପର୍କେ ଆଜି ଅପରାହ୍ନରେ ଭୁବନେଶ୍ଵରସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ଭୁବନେଶ୍ୱର କମିଶନରେଟ ପୋଲିସ ଭାରପ୍ରାପ୍ତ ପୋଲିସ ଉପାୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ନୀତିଶ କୁମାର ତ୍ରିପାଠୀ, ଅଧିକ୍ଷକ,ପ୍ରତ୍ନତତ୍ତ୍ଵ ବିତ୍ ଡ. ଏନ୍ କେ ସ୍ବାଇଁ,ଏ ଏସ ଆଇ, ଡ଼.ଏସ କେ କର, ତହସିଲଦାର, ଭୁବନେଶ୍ୱର ଶ୍ରୀ ମାନସ ରଂଜନ ସ୍ବାଇଁ, ଭୁବନେଶ୍ୱର ମହାନଗର ନିଗମ, ଦକ୍ଷିଣ ପଶ୍ଚିମ ଜୋନ ଜୋନାଲ ଆୟୁକ୍ତ ଶ୍ରୀ ରୋସନ ଶତପଥୀ, ସହକାରୀ ନିର୍ଦେଶକ, ପର୍ଯ୍ୟଟନ ଶ୍ରୀ ଅଞ୍ଜନ କୁମାର ବାରିକ, ପୂର୍ତ୍ତ ଖଣ୍ଡ ୫ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ବିଭୂ ପ୍ରସାଦ ଲେଙ୍କା , ଡେପୁଟୀ କଲେକ୍ଟର, ଜୁଡ଼ିସିଆଲ ଅନନ୍ୟା ସୃଷ୍ଟି ଶତପଥୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ପ୍ରାରମ୍ଭରେ ଅଧିକ୍ଷକ, ପ୍ରତ୍ନତତ୍ତ୍ଵ ବିତ ଙ୍କୁ ଖଣ୍ଡଗିରି ପାହାଡର ଉର୍ଦ୍ଧ ଭାଗରେ ଏବଂ ନିମ୍ନ ଭାଗରେ ବେଆଇନ ଦଖଲ ସମ୍ପର୍କରେ ବିସ୍ତୃତ ତଥ୍ୟ ପଚାରି ବୁଝିଥିଲେ।ପରେ ଜିଲ୍ଲାପାଳ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ଯଥା ଭୁବନେଶ୍ୱର ମହାନଗର ନିଗମ ଦକ୍ଷିଣ ପଶ୍ଚିମ ଜୋନ ଜୋନାଲ ଆୟୁକ୍ତ,ତହସିଲଦାର, ପୂର୍ତ୍ତ, ସାଧାରଣ ପ୍ରଶାସନ, ଥାନା ଅଧିକାରୀ ସମସ୍ତଙ୍କୁ ଆଇନ ଅନୁଯାଇ ମିଳିତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପୁନଃର୍ବାର ଯେପରି କୌଣସି ପ୍ରକାରେ ଖଣ୍ଡଗିରି ଓ ଉଦୟଗିରି ପାହାଡର ଯେ କୌଣସି ସ୍ଥାନରେ ଯେ କୌଣସି ଗୋଷ୍ଠୀଙ୍କ ଦ୍ଵାରା ବେଆଇନ ଦଖଲ କିମ୍ବା ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କାର୍ଯ୍ୟ ନହୁଏ, ସେଥିପ୍ରତି ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ସହ ସଂପୃକ୍ତ ସମସ୍ତ ବିଭାଗୀୟ ପ୍ରଶାସନ ତୀକ୍ଷ୍ଣ ନଜର ଓ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେବାସହ ସମସ୍ତ କାର୍ଯ୍ୟ ଦୁଇ ମାସ ମଧ୍ୟରେ ସମାଧାନ କରିବାକୁ ନିଷ୍ପତି ନିଆଯାଇଥିଲା। ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ୱର।

Leave A Reply