Odisha news

ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ପେଣ୍ଟିଙ୍ଗ ପ୍ରତିଯୋଗିତା

0

ଭୁବନେଶ୍ୱର-ତା.୦୮.୧୨.୨୦୨୩-ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ପେଣ୍ଟିଙ୍ଗ ପ୍ରତିଯୋଗିତା ଆସନ୍ତା ୯ ତାରିଖରେ ଅର୍ଥାତ ରବିବାର ଦିନ ୟୁନିଟ ୩ ଖାରବେଳ ନଗରରେ କେଶରୀ ଟକିଜ ପଛ ପଛପାର୍ଶ୍ୱସ୍ଥିତ ଓଏଏସ ଅଫିସର୍ସ ଆସୋସିଏସନ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ଆୟୋଜନ ହେବ ।

ଏହି ପେଣ୍ଟିଙ୍ଗ ପ୍ରତିଯୋଗିତା ୫ରୁ ୮ ବର୍ଷ, ୯ ରୁ ୧୨ ଓ ୧୩ ରୁ ୧୬ ବୟସ ପିଲା ମାନଙ୍କ ମଧ୍ୟରେ ତିନୋଟି ଭାଗରେ ଅନୁଷ୍ଠିତ ହେବ । ସେହିଭଳି ଦିବ୍ୟାଙ୍ଗ ଶିଶୁ ମାନଙ୍କ ନିମନ୍ତେ ୫ ରୁ ୧୦ ଏବଂ ୧୧ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ ଦୁଇଟି ଭାଗରେ ପ୍ରତିଯୋଗିତା ଆୟୋଜନ ହୋଇଛି ।

ସେହିଭଳି ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ପେଣ୍ଟିଙ୍ଗ ପ୍ରତିଯୋଗିତା ଉକ୍ତ ଦିନ ଆୟୋଜନ କରାଯାଇଛି । ସମସ୍ତ ପେଣ୍ଟିଙ୍ଗ ଗୁଡିକୁ ସଂଗ୍ରହ କରାଯାଇ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବା ସମ୍ପର୍କରେ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply