୧୨୦ ଚୁକ୍ତି ଉପରେ ବାଜିବ ମୋହର
ବିଲିୟନ ଡଲାର ର ହେବ ନିବେଶ
ଭାରତ -ଜାପାନ ର ହେବାକୁ ଯାଉଛି ଡୀଲ
ମୋଦୀ -ତକାଇଚି ଙ୍କ ଗୁରୁତ୍ୱପୂର୍ଣ ବୈଠକ
ଜାପାନ ପ୍ରଧାନମନ୍ତ୍ରୀ ବୁଧବାର ଜୁଲାଇ ୧ତାରିଖ ଦିନ ସନ୍ଧ୍ୟା ରେ ଦିଲ୍ଲୀ ରେ ଆସି ପହଞ୍ଚି ଛନ୍ତି, ଏହା ତାଙ୍କର ୩ ଦିବସୀୟ ଗସ୍ତ ରହିଛି, ଏବଂ ଗୁରୁବାର ଜୁଲାଇ ୨ତାରିଖ ରାଷ୍ଟ୍ରପତି ଭବନ ରେ ଗାର୍ଡ ଅଫ ଅନର ଦିଆଯାଇ ଭବ୍ୟ ସ୍ୱାଗତ କରାଯାଇଛି l ଭାରତର ବିଦେଶ ମନ୍ତ୍ରଣାଳୟ ଜାପାନ ପ୍ରଧାନମନ୍ତ୍ରୀ ଙ୍କ ସ୍ୱାଗତ କରି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛି ଯେ ‘ ଜାପାନ ପ୍ରଧାନମନ୍ତ୍ରୀ ତକାଇଚି ଙ୍କ ସ୍ୱାଗତ, ଯିଏକି ଗୋଟିଏ ଅଫିସିଆଲ ଭିଜିଟ ରେ ନୁଆଦିଲୀ ରେ ଆସି ପହଞ୍ଚିଛନ୍ତି l
ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସାନେ ତକାଇଚି ଙ୍କ ମଧ୍ୟରେ ଜୁଲାଇ ୨ତାରିଖ ଚେଳିଛି ହାଇ ଲେବୁଲ ବୈଠକ, ଏହି ବୈଠକ ରେ ଉଭୟ ଦେଶ ସହଯୋଗ ର ସମୀକ୍ଷା କରିବା ସହିତ ସମ୍ପର୍କ କୁ କରିବେ ମଜବୁତ l ଏହା ସହିତ ଦୁଇ ଦେଶର ନେତା ଙ୍କ ମଧ୍ୟରେ କ୍ଷେତ୍ରୀୟ ଓ ବୈଶ୍ୱାୟିକ ମୁଦା କୁ ନେଇ ଚାଲିଛି ଚର୍ଚା l
ଏହି ୩ଟି ମୁଦା କୁ ନେଇ ହେବ ଚର୍ଚା –
ଭାରତ ଗସ୍ତରେ ଆସିବା ପୂର୍ବରୁ ତକାଇଚିବର୍ତମାନ ଅନ୍ତରାଷ୍ଟ୍ରୀୟ ସ୍ଥିତି ରେ ଭାରତ ସହିତ ଜାପାନ ର ସହଯୋଗ ଓ ଗୁରୁତ୍ୱକୁ ଦର୍ଶାଇଥିଲେ, ପ୍ରଧାନମନ୍ତ୍ରୀ ତକାଇଚି ବୁଧବାର ଦିନ ଟୋକିଓ ରେ ଗଣମାଧ୍ୟମ କୁ କହିଥିଲେ ଯେ ‘ ମୋର ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହିତ ବିଶେଷ ଭାବରେ ୩ଟି କ୍ଷେତ୍ରରେ ମଜବୁତ ସହଯୋଗ ସହିତ ଆଗକୁ ବଢ଼ିବୁ , ଏଥିରେ ବର୍ତମାନ ର ବିଶ୍ୱର ସ୍ଥିତିରେ ଜାପାନ-ଭାରତର ରଣନୀତି ର୍କୁ ଏହି ପାର୍ଟନରସିପ ମଜବୁତ କରିବ, ଆର୍ଥିକ ସୁରକ୍ଷାରେ ସହଯୋଗ କୁ ଆଗକୁ ବଢାଇବା ଓ ନିବେଶ କୁ ନେଇ ଦୁଇ ଦେଶର ଵାଣିଜ୍ୟକୁ ମଜବୁତ କରିବା ମୁଖ୍ୟ ଉଦେଶ୍ୟ ରହିଛି ‘ l
ସେ କହିଛନ୍ତି ‘ ଏହି ଗସ୍ତରେ ଭାରତ-ଜାପାନ ଜଏଣ୍ଟ ଇକୋନମି ଫୋରମ୍ ରହିବ, ଯେଉଁଥିରେ ୧୫୦ ରୁ ଅଧିକ ଜାପାନୀ କମ୍ପାନୀ ଓ ବ୍ୟବସାୟିକ ସଂଗଠନ ର ପ୍ରତିନିଧି ଅଂଶ ଗ୍ରହଣ କରିବେ, ପ୍ରାଇଭେଟ ସେକ୍ଟର ସହିତ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ କରି ଅର୍ଥବ୍ୟବସ୍ଥା କୁ ମଜବୁତ କରିବେ l ଏବଂ ଫ୍ରି ଏଣ୍ଡ ଓପନ ଇଣ୍ଡୋ ପେସିଫିକ କୁ ନେଇ ଉଭୟ ଦେଶ କାର୍ଯ୍ୟ କରିବେ l ‘
