ମଧ୍ୟ-ପୂର୍ବ ଯୁଦ୍ଧର ହୋଇଛି ଅନ୍ତ , ପାକିସ୍ଥାନ ମଧ୍ୟସ୍ଥତାରେ ହେଲା ଚୁକ୍ତି ପ୍ରସ୍ତାବ ରେ ହସ୍ତାକ୍ଷର, ଯାହାକୁ କୁହାଯାଉଛି ଇସ୍ଲାମଵାଦ ଚୁକ୍ତି, ଚୁକ୍ତି ପତ୍ର ରେ କୁହାଯାଇଛି ଇରାନ ଆଉ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରିବ ନାହିଁ, ଏହାକୁ ନେଇ ଆସିଲା ଇରାନ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା l
ଦୀର୍ଘଦିନର ସଂଘର୍ଷ ପରେ ଆମେରିକା ଓ ଇରାନ ମଧ୍ୟରେ ରାଜିନାମା ହୋଇଛି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିୟନ ମଧ୍ୟରେ ଡିଜିଟାଲ ମାଧ୍ୟମରେ ଏମଓୟୁ ରେ ହସ୍ତାକ୍ଷର ହୋଇଛି, ଏହି ଚୁକ୍ତି ପରେ ଇରାନ ର ସରକାରୀ ସମାଚାର ଏଜେନ୍ସି IRNA ସମୁଖରେ ଇରାନ ପ୍ରଥମଥର ନିଜର ମତ ରଖିଛି, ଇରାନୀ ବିଦେଶ ମନ୍ତ୍ରଣାଳୟ ର ପ୍ରଵକ୍ତା ଇସ୍ମାଇଲ ବଧାଈ କହିଛନ୍ତି ଉଭୟ ଦେଶର ରାଷ୍ଟ୍ରପତି ଙ୍କ ହସ୍ତାକ୍ଷର ସହିତ ଇସ୍ଲାମଵାଦ ରାଜିନାମା କୁ ଅନ୍ତିମ ରୂପ ଦିଆଗଲା, ବର୍ତମାନ ଦେଖିବା ବାକି ରହିଲା ଯେ ଏହାକୁ କିପରି ଲାଗୁ କରାଯିବ l
ଆମେରିକା ରାଷ୍ଟ୍ରପତି ଫ୍ରାନ୍ସ ରେ ଈମାନୁଏଲ ମେକ୍ରୋ ଙ୍କ ଉପସ୍ଥିତି ରେ ଏହି ଏମଓୟୁ ରେ ହସ୍ତାକ୍ଷର କରିଛନ୍ତି, ଜୁନ ୧୭ ତାରିଖରେ ହୋଇଥିବା ଏହି ଚୁକ୍ତି କୁ ଟ୍ରମ୍ପ ଐତିହାସିକ ସଫଳତା କହିଛନ୍ତି, ସେ କହିଛନ୍ତି ସ୍ଟ୍ରେଟ ଅଫ ହର୍ମୁଜ ଆଉଥରେ ଖୋଲିଗଲା, ଏବଂ ଏହା ସ୍ଥିର ହୋଇଗଲା ଯେ ଇରାନ କଦାପି ପରମାଣୁ ହତିଆର ହାସଲ କରିପାରିବ ନାହିଁ l ଏହି ଚୁକ୍ତିର ଉଦେଶ୍ୟ ଥିଲା ସ୍ଟ୍ରେଟ ଅଫ ହର୍ମୁଜ ଖୋଲିବା, ଯୁଦ୍ଧ ସମାପ୍ତ କରିବା, ଆଉ ଇରାନ କୁ ପରମାୟୁ ଅସ୍ତ୍ର ହାସଲ କରିବାରୁ ଅଟକାଇବା, ଯାହା ଆଜି ସଫଳ ହୋଇଛି l
ଟ୍ରମ୍ପ କହିଛନ୍ତି ଏହି ଚୁକ୍ତି ରେ ଇରାନ କହିଛି ଯେ ନା କେବେ ସିଏ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବ ନା କେବେ ହାସଲ କରିବାକୁ ଚେଷ୍ଟା କରିବ l ଯଦି ଇରାନ ଏହି ନିୟମ କୁ ପାଳନ କରିବନାହିଁ ତେବେ ତା ଉପରେ ପୁନର୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
