ଆମ ଚତୁର୍ପାଶ୍ୱ ସଫା ରହିଲେ ହିଁ ଆମେ ସୁସ୍ଥ ରହିବା , ଉଭୟ ଉଭୟଙ୍କ ର ପରିପୂରକ ଅଟନ୍ତି l ସେଥିପାଇଁ ଉଭୟଙ୍କ ର ଜୀବନ ରେ ଅନେକ ମହତ୍ୱ ରହିଛି l ଘର ସଫା ରଖିବା ଭଳି ଆମେ ନିଜର ଗାଧୁଆ ଘର କୁ ମଧ୍ୟ ସଫା ରଖିବା ଖୁବ ଜରୁରୀ l କାହିଁକି ନା ଅସନା ଗାଧୁଆ ଘର ରୋଗ କୁ ନିମନ୍ତ୍ରଣ ଦେଇଥାଏ l ଗାଧୁଆ ଘରେ ଏଭଳି କିଛିଟା ଜିନିଷ ରହିଥାଏ ଯାହାକି ରୋଗକୁ ନିମନ୍ତ୍ରଣ ଦେଇଥାଏ l ସେହି ଗୁଡିକୁ ଆମେ ଯଥା ଶୀଘ୍ର ବାହାର କରି ଫିଙ୍ଗି ଦେବା ଜରୁରୀ l
* ଗାଧୋଇବା ସମୟରେ ଆମେ ଲୁଫର ବ୍ୟବହାର କରିବା ଦ୍ୱାରା ଶରୀର ରେ ରକ୍ତ ସଂଚାଳନ ଭଲରେ ହୋଇଥାଏ l କିନ୍ତୁ ଗୋଟିଏ ଲୁଫ କୁ ଅନେକ ଦିନ ଧରି ବ୍ୟବହାର କରିବା ଠିକ ନୁହେଁ l ଏହା ସ୍କିନ କୁ ସଂକ୍ରମିତ କରିଥାଏ l
* ଗାଧୁଆ ଘରେ ଯଦି କୌଣସି ଜିନିଷ ର ସର୍ବାଧିକ ବ୍ୟବହାର ହୋଇଥଏ ତାହା ହେଉଛି ସାବୁନ l ସାବୁନ ଅନେକ ଦିନ ଧରି ଖୋଲାରେ ରହିବା ଦ୍ୱାରା ବ୍ୟାକଟେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ l
* କଦପି ଦାନ୍ତ ଘଷା ବ୍ରସ ଦୀର୍ଘ ଦିନ ବ୍ୟବହାର କରିବା ଉଚିତ ନୁହେଁ l ଏହାଦ୍ୱାରା ପାଟିରେ ବିଭିନ୍ନ ପ୍ରକାରର ସଂକ୍ରମଣ ହୋଇଥାଏ l ଦାନ୍ତ ମାଢି ମଧ୍ୟ ଇନଫେକ୍ସନ ହୋଇଥାଏ l
* ଯଦି ଆପଣ ଅନେକ ଦିନ ର ବ୍ୟବହୃତ ବ୍ଲେଡ ଦାଢ଼ି କାଟିବା ପାଇଁ ରଖୁଛନ୍ତି , ତେବେ ରଖନ୍ତୁ ନାହିଁ l ଏହା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ l କାହିଁକି ନା ଦୀର୍ଘ ଦିନ ଧରି ବ୍ଲେଡ ରହିଲେ ଗାଧୁଆ ଘରେ କଳଙ୍କି ଲାଗି ଯାଇଥାଏ l