Odisha news

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ 

0
ଭୁବନେଶ୍ୱର, ୨୫ ଏପ୍ରିଲ, ୨୦୨୬: ଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଦୁଇଟି ମେମୁ  ଟ୍ରେନ୍ ସେବାର ସମୟସୂଚୀକୁ ୨୫ ଏପ୍ରିଲ, ୨୦୨୬  ରୁ ସଂଶୋଧିତ କରାଯାଇଛି।
ଟ୍ରେନ୍ ନମ୍ବର ୬୮୪୨୧ ଅନୁଗୁଳ-ପୁରୀ ମେମୁ ଏବଂ ଟ୍ରେନ୍ ନମ୍ବର ୬୮୪୩୭ ଭଦ୍ରକ-କଟକ ମିମୁ ପାଇଁ ନୂତନ ସମୟସୂଚୀ ନିମ୍ନରେ ବିସ୍ତୃତ ଭାବରେ ଦିଆଗଲା। ଯାତ୍ରୀମାନଙ୍କୁ ପ୍ରମୁଖ ଷ୍ଟେସନଗୁଡ଼ିକରେ ସଂଶୋଧିତ ଆଗମନ ଏବଂ ପ୍ରସ୍ଥାନ ସମୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଉଛି:
ଟ୍ରେନ୍ ନମ୍ବର ୬୮୪୨୧: ଅନୁଗୁଳ-ପୁରୀ ମେମୁ

ଏହି ଟ୍ରେନ୍ ଅନୁଗୁଳରୁ  ଭୋର ୦୫:୧୦  ଘଟିକାରେ ଛାଡ଼ିବ ଏବଂ ତାଳଚେର ଠାରେ ୦୫:୩୫ ଘଟିକାରେ (ପ୍ରସ୍ଥାନ ୦୫:୪୫) ପହଞ୍ଚିବ।
ଏହା ମେରାମଣ୍ଡଳୀ ଷ୍ଟେସନ ଠାରେ  ସକାଳ ୦୬:୦୯  (ପ୍ରସ୍ଥାନ ୦୬:୧୦) ଏବଂ ଢେଙ୍କାନାଳ ଠାରେ ୦୭:୦୦ (ପ୍ରସ୍ଥାନ ୦୭:୦୫) ଘଟିକାରେ ପହଞ୍ଚିବ।
ଟ୍ରେନ୍‌ଟି ଭାୟା  ନରାଜ ମାର୍ଥାପୁର  (ଆଗମନ ୦୭:୫୩ / ପ୍ରସ୍ଥାନ ୦୭:୫୪) ହୋଇ ବାରଙ୍ଗ ଷ୍ଟେସନ ରେ ପହଞ୍ଚିବ  ୦୮:୦୮ ଏବଂ ପ୍ରସ୍ଥାନ ୦୮:୦୯, ଭୁବନେଶ୍ୱର ନିଉ (ଆଗମନ ୦୮:୧୪ / ପ୍ରସ୍ଥାନ ୦୮:୧୫) ଏବଂ ମଞ୍ଚେଶ୍ୱର (ଆଗମନ ୦୮:୨୨ / ପ୍ରସ୍ଥାନ ୦୮:୨୩) ଦେଇ ଗତି କରିବ।
ଭୁବନେଶ୍ୱର ଠାରେ ଏହା ୦୮:୫୦ ଘଟିକାରେ ପହଞ୍ଚି ୦୮:୫୫ ରେ ପ୍ରସ୍ଥାନ କରିବ।
ଏହାପରେ ଖୋର୍ଦ୍ଧା ରୋଡ୍ ଠାରେ ୦୯:୧୫ (ପ୍ରସ୍ଥାନ ୦୯:୨୦), ଡେଲାଙ୍ଗ ଠାରେ ୦୯:୩୭ (ପ୍ରସ୍ଥାନ ୦୯:୩୮) ଏବଂ ସାକ୍ଷୀଗୋପାଳ ଠାରେ ୦୯:୪୧ (ପ୍ରସ୍ଥାନ ୦୯:୪୨) ରେ ପହଞ୍ଚି, ଶେଷରେ ପୁରୀ ଠାରେ ସକାଳ ୧୦:୫୦ ଘଟିକାରେ ପହଞ୍ଚିବ।

ଟ୍ରେନ୍ ନମ୍ବର ୬୮୪୩୭  ଭଦ୍ରକ-କଟକ ମେମୁ

ଏହି ଟ୍ରେନ୍ ଭଦ୍ରକରୁ ଅପରାହ୍ନ ୧୫:୦୦ (୩ଟା) ଘଟିକାରେ ଯାତ୍ରା ଆରମ୍ଭ କରିବ ଏବଂ କେନ୍ଦୁଆପଦା ଠାରେ ୧୫:୨୦ (ପ୍ରସ୍ଥାନ ୧୫:୨୧) ରେ ପହଞ୍ଚିବ।
ଏହା ଯାଜପୁର କେଉଁଝର ରୋଡ୍ ଠାରେ ୧୬:୨୧ (ପ୍ରସ୍ଥାନ ୧୬:୨୨) ଏବଂ ଧାନମଣ୍ଡଳ ଠାରେ ୧୭:୦୨ (ପ୍ରସ୍ଥାନ ୧୭:୦୩) ରେ ପହଞ୍ଚିବ।
ପରବର୍ତ୍ତୀ ସମୟରେ, ଟ୍ରେନ୍‌ଟି କପିଳାସ ରୋଡ୍ ଠାରେ  ସଂଧ୍ୟା ୧୭:୨୬ (ପ୍ରସ୍ଥାନ ୧୭:୨୭) ଏବଂ ନିର୍ଗୁଣ୍ଡି ଠାରେ ୧୭:୩୨ (ପ୍ରସ୍ଥାନ ୧୭:୩୩) ରେ ପହଞ୍ଚିବା ପରେ କଟକବଠାରେ ସନ୍ଧ୍ୟା ୧୮:୪୦  (୬:୪୦) ଘଟିକାରେ ଯାତ୍ରା ଶେଷ କରିବ।

ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ଏନଟିଇଏସ ( NTES) କିମ୍ବା ୟୁ.ଟି. ଏସ. (UTS ) ଆପ୍ ମାଧ୍ୟମରେ ଟ୍ରେନ୍ ସମୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଉଛି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଟ୍ରେନର ସମୟାନୁବର୍ତ୍ତିତା ବଜାୟ ରଖିବା ଏବଂ ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ସୁରୁଖୁରୁରେ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା।

Govt
Leave A Reply